settings icon
share icon
ପ୍ରଶ୍ନ

ଦୂତମାନଙ୍କ ବିଷୟରେ ବାଇବଲ କ'ଣ କୁହେ?

ଉତ୍ତର


ଦୂତମାନେ ହେଉଛନ୍ତି ବ୍ୟକ୍ତିଗତ ଆତ୍ମିକ ବ୍ୟକ୍ତିଗଣ ଯେଉଁମାନଙ୍କର ବୁଦ୍ଧି, ଭାବପ୍ରବଣତା ଏବଂ ଇଛା ଶକ୍ତି ରହିଛି । ଏହା ଉଭୟ ଭଲ ଓ ମନ୍ଦ ଦୂତ (ଭୂତ)ଗଣଙ୍କ ବିଷୟରେ ସତ୍ୟ ଅଟେ । ଦୂତମାନଙ୍କର ବୁଦ୍ଧି ରହିଛି (ମାଥିଉ ୮:୨୯; ୨କରିନ୍ଥୀୟ ୧୧:୩; ୧ପିତର ୧:୧୨), ଭାବପ୍ରବଣ ଦେଖାନ୍ତି (ଲୂକ ୨:୧୩; ଯାକୁବ ୨:୧୯; ପ୍ରକାଶିତ ୧୨:୧୭), ଏବଂ ଇଛାଶକ୍ତିକୁ ପ୍ରୟୋଗ କରନ୍ତି (ଲୂକ ୮:୨୮-୩୧; ୨ତିମଥି ୨:୨୬; ଯିହୂଦା ୬) । ମାଂସମୟ ଶରୀର ନ ଥିବା ଆତ୍ମା ବ୍ୟକ୍ତିଗଣ ହେଉଛନ୍ତି ଦୂତଗଣ (ଏବ୍ରୀ ୧:୧୪) । ଯଦିଓ ସେମାନଙ୍କର ମାଂସମୟ ଶରୀର ନାହିଁ, ତଥାପି ସେମାନଙ୍କର ବ୍ୟକ୍ତିତ୍ବ ଅଛି ।

ଯେହେତୁ ସେମାନେ ସୃଷ୍ଟ ବ୍ୟକ୍ତିଗଣ ଅଟନ୍ତି ତେଣୁ ସେମାନଙ୍କର ଜ୍ଞାନ ସୀମିତ ଅଟେ । ଏହାର ଅର୍ଥ ହେଉଛି ସେମାନେ ସମସ୍ତ ବିଷୟ ଜାଣନ୍ତି ନାହିଁ କିନ୍ତୁ ଈଶ୍ବର ଜାଣନ୍ତି (ମାଥିଉ ୨୪:୩୬) । ମନୁଷ୍ୟମାନଙ୍କଠାରୁ ସେମାନଙ୍କର ଅତି ଅଧିକ ଜ୍ଞାନ ଥିଲା ପରି ଜଣାଯାଏ, ଅଥଚ, ସେହି ବିଷୟଟି ତିନିଗୋଟି ବିଷୟ ଯୋଗୁଁ ହୋଇଥାଏ । ପ୍ରଥମତଃ, ଦୂତମାନେ ମନୁଷ୍ୟମାନଙ୍କଠାରୁ ଉଚ୍ଚତର କ୍ରମରେ ସୃଷ୍ଟି ହୋଇଥିଲେ । ଅତଏବ, ସେମାନଙ୍କ ସହଜାତ ପ୍ରକୃତି ଅନୁସାରେ ସେମାନେ ଅଧିକ ଜ୍ଞାନର ଅଧିକାରୀ ଅଟନ୍ତି । ଦ୍ବିତୀୟତଃ, ଦୂତମାନେ ମନୁଷ୍ୟମାନଙ୍କଠାରୁ ଅଧିକ ବାଇବଲ ଓ ଜଗତ ବିଷୟରେ ତନ୍ନ ତନ୍ନ କରି ଅଧ୍ୟୟନ କରନ୍ତି ଏବଂ ସେଗୁଡିକଠାରୁ ଜ୍ଞାନ ଆହରଣ କରନ୍ତି (ଯାକୁବ ୨:୧୯; ପ୍ରକାଶିତ ୧୨:୧୨) । ତୃତୀୟତଃ, ଦୂତମାନେ ମାନବ କାର୍ଯ୍ୟାବଳୀର ଦୀର୍ଘ ସମୟ ପର୍ଯ୍ୟବେକ୍ଷଣ କରି ଜ୍ଞାନ ଆହରଣ କରନ୍ତି । ମନୁଷ୍ୟମାନଙ୍କ ଅସଦୃଶ ଭାବେ ଦୂତମାନେ ପୂର୍ବ ବିଷୟକୁ ଅଧ୍ୟୟନ କରିବାର ଆବଶ୍ୟକତା ନାହିଁ; ସେମାନେ ଏହାକୁ ଅନୁଭବ କରିଅଛନ୍ତି । ଅତଏବ, ଅନ୍ୟମାନେ କିପରି କାର୍ଯ୍ୟ କରିଅଛନ୍ତି ଏବଂ ପରିସ୍ଥିତିଗୁଡିକରେ ପ୍ରତିକ୍ରିୟା ପ୍ରକାଶ କରିଅଛନ୍ତି ତାହା ଦୂତମାନେ ଜାଣନ୍ତି ଏବଂ ଆମେ ସେହିପରି ସମାନ ପରିସ୍ଥିତିରେ କିପରି କାର୍ଯ୍ୟ କରିବା ସେ ବିଷୟରେ ଅତି ମାତ୍ରାର ନିର୍ଭୁଲତାରେ ଭବିଷ୍ୟତ୍ କଥନ କରିପାରନ୍ତି ।

ଯଦିଓ ଦୂତମାନଙ୍କର ଇଛାଶକ୍ତି ଅଛି, ଅନ୍ୟ ସୃଷ୍ଟ ପ୍ରାଣୀମାନଙ୍କ ପରି ସେମାନେ ଈଶ୍ବରଙ୍କ ଇଛାର ଅଧିନରେ ଅଛନ୍ତି । ଉତ୍ତମ ଦୂତଗଣ ବିଶ୍ବାସୀଗଣଙ୍କୁ ସାହାଯ୍ୟ କରିବା ନିମନ୍ତେ ଈଶ୍ବରଙ୍କ ଦ୍ବାରା ପ୍ରେରିତ ହୁଅନ୍ତୁ (ଏବ୍ରି ୧:୧୪) । ନିମ୍ନରେ କେତେକ କାର୍ଯ୍ୟାବଳୀ ଦିଆଗଲା ଯାହା ବାଇବଲ ଦୂତମାନଙ୍କୁ ଆରୋପ କରେ: ସେମାନେ ଈଶ୍ବରଙ୍କ ପ୍ରଶଂସା କରନ୍ତି (ଗୀତସଂହିତା ୧୪୮:୧-୨; ଯିଶାଇୟ ୬:୩) । ସେମାନେ ଈଶ୍ବରଙ୍କର ଉପାସନା କରନ୍ତି (ଏବ୍ରୀ ୧:୬; ପ୍ରକାଶିତ ୫:୮-୧୩) । ଈଶ୍ବର ଯାହା କରନ୍ତି ସେଥିରେ ସେମାନେ ଆନନ୍ଦ କରନ୍ତି (ଆୟୁବ ୩୮:୬-୭) । ସେମାନେ ଈଶ୍ବରଙ୍କର ସେବା କରନ୍ତି (ଗୀତ ୧୦୩:୨୦; ପ୍ରକାଶିତ ୨୨:୯) । ସେମାନେ ଈଶ୍ବରଙ୍କ ସମ୍ମୁଖରେ ଉପସ୍ଥିତ ହୁଅନ୍ତି (ଆୟୁବ ୧:୬; ୨:୧)। ସେମାନେ ଈଶ୍ବରଙ୍କ ବିଚାରର ଉପକରଣ ବା କାର୍ଯ୍ୟସାଧକ ବ୍ୟକ୍ତିଗଣ ଅଟନ୍ତି (ପ୍ରକାଶିତ ୭:୧; ୮:୨) । ସେମାନେ ପ୍ରାର୍ଥନାର ଉତ୍ତର ଆଣନ୍ତି (ପ୍ରେରିତ ୧୨:୫-୧୦) । ସେମାନେ ଲୋକମାନଙ୍କୁ ଖ୍ରୀଷ୍ଟଙ୍କ ନିମନ୍ତେ ଲାଭ କରିବା ନିମନ୍ତେ ସାହାଯ୍ୟ କରନ୍ତି (ପ୍ରେରିତ ୮:୨୬; ୧୦:୩) । ସେମାନେ ଖ୍ରୀଷ୍ଟିୟ ଆଦେଶ, କାର୍ଯ୍ୟ ଏବଂ କ୍ଲେଶକୁ ନିରୀକ୍ଷଣ କରନ୍ତି (୧କରିନ୍ଥୀୟ ୪:୯; ୧୧:୧୦; ଏଫିସୀୟ ୩:୧୦; ୧ପିତର ୧:୧୨) । ସେମାନେ ବିପଦର ସମୟରେ ଉତ୍ସାହିତ କରନ୍ତି (ପ୍ରେରିତ ୨୭:୨୩-୨୪) । ସେମାନେ ମୃତ୍ୟୁ ସମୟରେ ଧାର୍ମିକବ୍ୟକ୍ତିର ଯତ୍ନ ନିଅନ୍ତି (ଲୂକ ୧୬:୨୨) ।

ଦୂତମାନେ ମନୁଷ୍ୟମାନଙ୍କଠାରୁ ଏକ ଭିନ୍ନ କ୍ରମର ବ୍ୟକ୍ତିତ୍ବ ଅଟନ୍ତି । ମାନବମାନେ ମୃତ୍ୟୁଭୋଗ କଲା ପରେ ଦୂତ ହୁଅନ୍ତି ନାହିଁ । ଦୂତମାନେ କେବି ବି ମାନବ ନ ଥିଲେ କିମ୍ବା ସେମାନେ କେବେ ବି ମାନବ ହେବେନାହିଁ । ଈଶ୍ବର ମନୁଷ୍ୟଜାତିକୁ ଯେପରି ସୃଷ୍ଟି କଲେ, ସେ ଦୂତମାନଙ୍କୁ ମଧ୍ୟ ସେହିପରି ସୃଷ୍ଟି କଲେ । ବାଇବଲର କୌଣସି ସ୍ଥାନରେ ମଧ୍ୟ ଲେଖାଯାଇନାହିଁ ଯେ, ଈଶ୍ବର ମନୁଷ୍ୟମାନଙ୍କୁ ଯେପରି ନିଜ ପ୍ରତିମୂର୍ତ୍ତି ଓ ସାଦୃଶ୍ୟରେ ସେ ଦୂତମାନଙ୍କୁ ସୃଷ୍ଟି କଲେ (ଆଦି ୧:୨୬) । ଦୂତମାନେ ଆତ୍ମିକ ବ୍ୟକ୍ତିଗଣ ଯେଉଁମାନେ କି କିଛି ପରିମାଣରେ ମନୁଷ୍ୟରୂପ ଧାରଣ କରିପାରନ୍ତି । ମନୁଷ୍ୟମାନେ ସାଧାରଣତଃ ଶରୀରଧାରୀ ପ୍ରାଣୀମାନେ, କିନ୍ତୁ ସେମାନନଙ୍କର ଏକ ଆତ୍ମିକ ଦିଗ ରହିଛି । ପବିତ୍ର ଦୂତମାନଙ୍କଠାରୁ ଆମେ ଶିଖିବାକୁ ଥିବା ସର୍ବବୃହତ୍ ବିଷୟ ହେଉଛି ଈଶ୍ବରଙ୍କ ଆଦେଶ ପ୍ରତି ସେମାନଙ୍କର ତାତକ୍ଷାଣିକ ଓ ପ୍ରଶ୍ନହୀନ ବାଧ୍ୟତା ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ଦୂତମାନଙ୍କ ବିଷୟରେ ବାଇବଲ କ'ଣ କୁହେ?
© Copyright Got Questions Ministries