settings icon
share icon
ପ୍ରଶ୍ନ

ଦ୍ରାକ୍ଷାରସ ପାନ କରିବା ବିଷୟରେ ବାଇବଲ କ’ଣ କୁହେ?

ଉତ୍ତର


ଦ୍ରାକ୍ଷାରସ ପାନ କରିବା ବିଷୟରେ ଶାସ୍ତ୍ର ଅନେକ ବିଷୟ କହେ (ଲେବୀୟ ୧୦:୯; ଗଣନା ୬:୩; ଦ୍ଵିତୀୟ ବିବରଣ ୨୯:୬ ; ବିଚାରକର୍ତ୍ତା ୧୩:୪,୭,୧୪; ହିତୋପଦେଶ ୨୦:1 ; ୩୧:୪; ଯିଶାଇୟ ୫:୧୧, ୨୨ ; ୨୪:୯ ; ୨୮: ୭ ; ୨୯: ୯ ; ୫୬ :୧୨) । ଅଥଚ, ଶାସ୍ତ୍ର ଜଣେ ଖ୍ରୀଷ୍ଟିୟାନକୁ ସୁରାସର ଥିବା ବିୟର୍‍, ମଦ କିମ୍ବା ଅନ୍ୟ ପ୍ରକାର ପାନୀୟ ଦ୍ରବ୍ୟ ପାନ କରିବାକୁ ନିଷେଧ କରେନାହିଁ । ପ୍ରକୃତରେ, ଶାସ୍ତ୍ରାଂଶରେ ସୁରାସରକୁ ସାକାରାତ୍ମକ ଦୃଷ୍ଟିରେ ଆଲୋଚନା କରାଯାଇଛି । ଉପଦେଶକ ୯:୭ ଶିକ୍ଷା ଦିଏ “ହୃଷ୍ଟଚିତ୍ତରେ ଆପଣା ଦ୍ରାକ୍ଷାରସ ପାନ କର ।” ଗୀତସଂହିତା ୧୦୪: ୧୪ -୧୫ ଦର୍ଶାଏ ଯେ ଦ୍ରାକ୍ଷାରସ “ମନୁଷ୍ୟର ଚିତ୍ତ-ଆନନ୍ଦକାରୀ” ଅଟେ । ଆମୋଷ ୯:୧୪ ନିଜ ଦ୍ରାକ୍ଷାକ୍ଷେତ୍ରରୁ ଦ୍ରାକ୍ଷାରସ ପାନ କରିବା ଈଶ୍ଵରଙ୍କ ଆଶୀର୍ବାଦର ଏକ ଚିହ୍ନ ଭାବରେ ଆଲୋଚନା କରେ । ଯିଶାଇୟ ୫୫:୧ ଉତ୍ସାହିତ କରି କୁହେ “ଆସ…ଦ୍ରାକ୍ଷାରସ ଓ ଦୁଗ୍ଧ କିଣ...” ।

ଦ୍ରାକ୍ଷାରସ ପାନ କରି ମତ୍ତ ନ ହେବାକୁ ଖ୍ରୀଷ୍ଟିଆନକୁ ଇଶ୍ଵର ଆଦେଶ ଦେଇଛନ୍ତି (ଏଫିସୀୟ ୫:୧୮) । ବାଇବଲ ମତ୍ତତା ଓ ତହିଁର କୁପ୍ରଭାବକୁ ନିନ୍ଦା କରେ (ହିତୋପଦେଶ ୨୩:୨୯-୩୫) । ଖ୍ରୀଷ୍ଟିୟାନକୁ ଆଜ୍ଞା ଦିଆଯାଇଛି ଯେପରି ସେ ନିଜ ଶରୀରକୁ ଅନ୍ୟ କୌଣସି ବିଷୟର “ଦାସ” ହେବାକୁ ଅନୁମତି ନ ଦିଏ, (୧କରିନ୍ଥୀୟ ୬:୧୨ ; ୨ପିତର ୨:୧୯) । ଅତ୍ୟଧିକ ପରିମାଣରେ ସୁରାସର ବା ଦ୍ରାକ୍ଷାରସ ପାନ କରିବା ନିଃସନ୍ଦେହରେ ମାତାଲ ଅବସ୍ଥାକୁ ଆଣିଥାଏ । ଖ୍ରୀଷ୍ଟିୟାନମାନଙ୍କୁ ଆହୁରି ନିଷେଧ କରାଯାଇଛି ଯେ ସେମାନେ ଏପରି କୌଣସି ବିଷୟ କରିବେ ନାହିଁ ଯାହା ଅନ୍ୟ ଖ୍ରୀଷ୍ଟିୟାନମାନଙ୍କୁ ଅପମାନିତ କରିବ କିମ୍ବା ଯାହା ସେମାନଙ୍କ ବିବେକ ବିରୁଦ୍ଧରେ ପାପ କରିବାକୁ ଉତ୍ସାହିତ କରିବ (୧କରିନ୍ଥୀୟ ୮:୯-୧୩) । ଏହି ସମସ୍ତ ନୀତିକୁ ଦୃଷ୍ଟିରେ ରଖି ଜଣେ ଖ୍ରୀଷ୍ଟିୟାନ କହିପାରିବ ନାହିଁ ଯେ ସେ ଈଶ୍ଵରଙ୍କ ଗୌରବ ନିମନ୍ତେ ଅତ୍ୟଧିକ ପରିମାଣର ସୁରାସର ବା ଦ୍ରାକ୍ଷାରସ ପାନ କରୁଛି (୧ କରିନ୍ଥୀୟ ୧୦:୩୧) ।

ଯୀଶୁ ଜଳକୁ ଦ୍ରାକ୍ଷାରସରେ ପରିଣତ କଲେ । ଏପରିକି ଜଣାଯାଏ ଯେ ଯୀଶୁ ଏକ ଉତ୍ସବରେ ଦ୍ରାକ୍ଷାରସ ପାନ କରିଥିଲେ (ଯୋହନ ୨:୧-୧୧; ମାଥିଉ ୨୬:୨୯) । ନୂତନ ନିୟମ ସମୟରେ, ପରିଷ୍କାର ଜଳ ନ ଥିଲା । ଆଧୁନିକ ଜଳ ଶୋଧକ ପଦ୍ଧତି ନ ଥିବାରୁ ଅନେକ ସମୟରେ ଜଳ ବ୍ୟାକ୍ଟେରିଆ, ଭାଇରସ୍‍ ଓ ସମସ୍ତ ପ୍ରକାର ଦୂଷିତ ପଦାର୍ଥରେ ପୂର୍ଣ୍ଣ ରହୁଥିଲା । ଆଜିର ତୃତୀୟ ବିଶ୍ଵରେ ଥିବା ଦେଶଗୁଡ଼ିକରେ ସେହି ସମାନ ବିଷୟ ଅବସ୍ଥା ଦେଖିବାକୁ ମିଳେ । ଏହାର ଫଳ ସ୍ୱରୂପ, ଲୋକମାନେ ଅନେକ ସମୟରେ ଦ୍ରାକ୍ଷାରସ (କିମ୍ବା ଅଙ୍ଗୁର ରସ) ପାନ କରୁଥିଲେ କାରଣ ଏହା ଦୂଷିତ ହେବାର ସମ୍ଭାବନା କମ୍‍ ରହିଥିଲା । ୧ତିମଥି ୫:୨୩ରେ ପାଉଲ ତିମଥିଙ୍କୁ ଜଳପାନ ଛାଡ଼ି (ଯାହା ବୋଧହୁଏ ତାହାଙ୍କ ପେଟ ଯନ୍ତ୍ରଣା କରୁଥିଲା) ଦ୍ରାକ୍ଷାରସ ପାନ କରିବାକୁ କହିଥିଲେ । ସେ ସମୟରେ, ଦ୍ରାକ୍ଷାରସକୁ ଆମ୍ଳିଭବନ ପ୍ରକ୍ରିୟାରେ ରଖାଯାଉଥିଲା (ସୁରାସର ରହି), କିନ୍ତୁ ବର୍ତ୍ତମାନ ଯେପରି କରାଯାଉଛି ସେପରି କରାଯାଉନଥିଲା।

ଏହାକୁ ଅଙ୍ଗୁର ରସ କହିବା ଭୁଲ୍‍ ହେବ, କିନ୍ତୁ ଏହାକୁ ଆଜିର ସମୟରେ ସାଧାରଣ ବ୍ୟବହାର କରାଯାଉଥିବା ମଦ କହିବା ମଧ୍ୟ ଭୁଲ୍‍ ହେବ । ପୁନର୍ବାର, ଶାସ୍ତ୍ର ଖ୍ରୀଷ୍ଟିୟାନମାନଙ୍କୁ ସୁରାସର ଥିବା ବିୟର୍‍ କିମ୍ବା ଅନ୍ୟ କୌଣସି ପାନୀୟ ଦ୍ରବ୍ୟ ପାନ କରିବା ପାଇଁ ନିଷେଧ କରେ ନାହିଁ । ସୁରାସର ପାନ କରିବା ପାପ ନୁହେଁ । କେବଳ ସୁରାସର ଦ୍ଵାରା ମାତାଲ କିମ୍ବା ସୁରାସର ପ୍ରତି ଆସକ୍ତିରୁ ହିଁ ଖ୍ରୀଷ୍ଟିୟାନମାନେ ସମ୍ପୂର୍ଣ୍ଣ ପୃଥକ୍‍ ରହିବା ଆବଶ୍ୟକ (ଏଫିସୀୟ ୫;୧୮ ; ୧କରିନ୍ଥୀୟ ୬ :୧୨) ।

ସୁରାସରକୁ ଅଳ୍ପ ପରିମାଣରେ ସେବନ କଲେ, ଏହା କ୍ଷତିକାରକ ନୁହେଁ କିମ୍ବା ଏହା ଆସକ୍ତି କରାଇବ ନାହିଁ । ପ୍ରକୃତରେ, କିଛି ଡାକ୍ତର ଅଳ୍ପ ପରିମାଣର ନାଲି ମଦ ପାନ କରିବାକୁ କହିଥାନ୍ତି ଯାହା ଶ୍ଵାସ୍ଥ ପାଇଁ ବିଶେଷତଃ ହୃଦରୋଗ ନିମନ୍ତେ ଉପକାରୀ । ଅଳ୍ପ ପରିମାଣର ସୁରାସର ପାନ କରିବା ହେଉଛି ଖ୍ରୀଷ୍ଟିୟ ସ୍ଵାଧିନତାର ଏକ ବିଷୟ । ମାତାଲ ଓ ଆସକ୍ତି ହେଉଛି ପାପ । ଅଥଚ, ସୁରାସର ଓ ଏହାର କୁପ୍ରଭାବର ବାଇବଲ କାରଣ ଯୋଗୁଁ, ଅତିଶୟ ଦ୍ରାକ୍ଷାରସ ପାନ କରିବା ପ୍ରଲୋଭନ କାରଣରୁ ଏବଂ ଅନ୍ୟମାନଙ୍କୁ ଅପମାନିତ କରିବାର ସମ୍ଭାବନା କିମ୍ବା / ଏବଂ ଅନ୍ୟମାନଙ୍କର ଝୁଣ୍ଟିବାର କାରଣ ହେବା କାରଣରୁ ଜଣେ ଖ୍ରୀଷ୍ଟିୟାନ ଦ୍ରାକ୍ଷାରସରୁ ପୃଥକ ରହିବା ସର୍ବୋତ୍ତମ ଅଟେ ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ଦ୍ରାକ୍ଷାରସ ପାନ କରିବା ବିଷୟରେ ବାଇବଲ କ’ଣ କୁହେ? ଜଣେ ଖ୍ରୀଷ୍ଟିୟାନ ଦ୍ରାକ୍ଷାରସ / ମଦ୍ୟପାନ କରିବା କ’ଣ ପାପ ଅଟେ?
© Copyright Got Questions Ministries