ମୃତ୍ୟୁ ଉତ୍ତାରେ କଅଣ ହୁଏ?


ପ୍ରଶ୍ନ: ମୃତ୍ୟୁ ଉତ୍ତାରେ କଅଣ ହୁଏ?

ଉତ୍ତର:
ମୃତ୍ୟୁ ଉତ୍ତାରେ କଅଣ ହୁଏ, ଏ ସମ୍ପର୍କରେ ଖ୍ରୀଷ୍ଟିଆନ ବିଶ୍ବାସ ମଧ୍ୟରେ ଅନେକ ମତଭେଦ ରହିଅଛି । କେତକ ଏହି ମତ ରଖନ୍ତି ଯେ ମୃତ୍ୟୁ ଉତ୍ତାରେ, ଅନ୍ତିମ ବିଚାର ପର୍ଯ୍ୟନ୍ତ ସମସ୍ତେ “ନିଦ୍ରା” ଯାଆନ୍ତି, ତତ୍ପରେ ସେମାନେ ସ୍ବର୍ଗ ବା ନର୍କକୁ ପ୍ରେରିତ ହୁଅନ୍ତି । ଆଉ ଅନ୍ୟମାନେ ବିଶ୍ବାସ କରନ୍ତି ଯେ ମୃତ୍ୟୁର ସମୟରେ ଲୋକମାନେ ବିଚାରିତ ହୁଅନ୍ତି ଓ ସେମାନେ ଅନନ୍ତକାଳୀନ ସ୍ଥାନକୁ ପ୍ରେରିତ ହୁଅନ୍ତି । ଅନ୍ୟମାନେ ଦାବି କରନ୍ତି ଯେ ଯେତେବେଳେ ଲୋକେ ମୃତ୍ୟୁବରଣ କରନ୍ତି, ସେମାନଙ୍କ ଆତ୍ମା “ଅସ୍ଥାୟୀ” ସ୍ବର୍ଗ ବା ନର୍କକୁ ପ୍ରେରିତ ହୁଏ ଯେଉଁଠାରେ କି ସେମାନେ ଅନ୍ତିମ ପୁନରୁଥାନ, ଅନ୍ତିମ ବିଚାର ଏବଂ ସେମାନଙ୍କ ଅନନ୍ତକାଳୀନ ସ୍ଥାନ ପାଇଁ ଅପେକ୍ଷା କରନ୍ତି । ତେଣୁ ମୃତ୍ୟୁ ଉତ୍ତାରେ କଅଣ ହୁଏ ଏହି ବିଷୟରେ ବାଇବଲ ପ୍ରକୃତରେ କଅଣ କହେ ।

ପ୍ରଥମତଃ, ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ବାସୀମାନଙ୍କ ପାଇଁ, ବାଇବଲ ଆମକୁ କହେ ଯେ ମୃତ୍ୟୁ ଉତ୍ତାରେ ବିଶ୍ବାସୀମାନଙ୍କ ଆତ୍ମା ସ୍ବର୍ଗକୁ ଯାଏ, କାରଣ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରିବା ଦ୍ବାରା ସେମାନଙ୍କ ପାପ କ୍ଷମା କରାଯାଇଅଛି (ଯୋହନ ୩:୧୬, ୧୮, ୩୬) । ବିଶ୍ବାସୀମାନଙ୍କ ପାଇଁ ମୃତ୍ୟୁ ହେଉଛି “ଇହୋଲକରୁ ପ୍ରସ୍ଥାନ କରି ଖ୍ରୀଷ୍ଟଙ୍କ ସହିତ ରହିବା ” (୨ କରନ୍ଥୀୟ ୫:୬-୮; ଫିଲିପୀୟ ୧:୨୩) । ୧ କରନ୍ଥୀୟ ଓ ୧ ଥେସଲନୀକୀୟ ୪:୧୩-୧୭ ବର୍ଣ୍ଣନା କରେ ଯେ ବିଶ୍ବାସୀମାନେ ପୁନରୁଥିତ ହୁଅନ୍ତି ଓ ଗୌରବମୟ ଶରୀର ସେମାନଙ୍କୁ ପ୍ରଦତ୍ତ ହୁଏ । ଯଦି ମୃତ୍ୟୁ ଉତ୍ତାରେ ତତକ୍ଷଣାତ ବିଶ୍ବାସୀମାନେ ଖ୍ରୀଷ୍ଟଙ୍କ ସହ ରହିବେ, ତେବେ ଏହି ପୁନରୁଥାନର ଉଦ୍ଦେଶ୍ୟ କଅଣ? ବୋଧହୁଏ, ଯେବେ ବିଶ୍ବାସୀମାନଙ୍କ ଆତ୍ମା ମୃତ୍ୟୁ ଉତ୍ତାରେ ଖ୍ରୀଷ୍ଟଙ୍କ ସହ ରହିବାକୁ ଯାଏ, ସେମାନଙ୍କ ଶାରୀରିକ ଶରୀର କବରରେ “ନିଦ୍ରାପ୍ରାପ୍ତ” ହୋଇ ରହିଥାଏ । ବିଶ୍ବାସୀମାନଙ୍କ ପୁନରୁଥାନରେ, ଶାରୀରିକ ଶରୀର ପୁନରୁଥିତ ଓ ଗୌରବାନ୍ବିତ ହୁଏ, ଏବଂ ଆତ୍ମାଙ୍କ ସହ ଏକ ହୁଏ । ଏହି ଗୌରବାନ୍ବିତ ଓ ଏକ ହୋଇଥିବା ଶରୀର-ପ୍ରାଣ-ଆତ୍ମା, ନୂତନ ସ୍ବର୍ଗ ଓ ନୂତନ ପୃଥିବୀରେ ଅନନ୍ତକାଳ ପାଇଁ ବିଶ୍ବାସୀମାନଙ୍କ ପାଇଁ ଅଧିକାର ହେବ (ପ୍ରକାଶିତ ୨୨:୨୨) ।

ଦ୍ବିତୀୟତଃ, ଯେଉଁମାନେ ଯୀଶୁଖ୍ରୀଷ୍ଟଙ୍କୁ ଉଦ୍ଧାରକର୍ତ୍ତାରୂପେ ଗ୍ରହଣ କରନ୍ତି ନାହିଁ, ସେମାନଙ୍କ ପାଇଁ ମୃତ୍ୟୁ ଅର୍ଥାତ ଅନନ୍ତକାଳୀନ ଦଣ୍ଡ ରହିଅଛି । ତଥାପି, ବିଶ୍ବାସୀମାନଙ୍କ ଅନନ୍ତକାଳୀନ ସ୍ଥାନ ପରି, ଅବିଶ୍ବାସୀମାନେ ସୁଧା ଅସ୍ଥାୟୀ ଭାବରେ ଏକ ସ୍ଥାନକୁ ତତକ୍ଷଣାତ ପ୍ରେରିତ ହେବେ ଯେଉଁଠାରେ ସେମାନେ ଅନ୍ତିମ ପୁନରୁଥାନ, ବିଚାର ଓ ଅନନ୍ତକାଳୀନ ସ୍ଥାନକୁ ଅପେକ୍ଷା କରିବେ । ଲୂକ ୧୬:୨୨-୨୩ ବର୍ଣ୍ଣନା କରେ ଯେ ମୃତ୍ୟୁର ଉତ୍ତାରେ ଧନୀ ବ୍ୟକ୍ତି ଯନ୍ତ୍ରଣା ଭୋଗ କରୁଥିଲା । ପ୍ରକାଶିତ ୨୦:୧୧-୧୫ ବର୍ଣ୍ଣନା କରେ ଯେ ସମସ୍ତ ଅବିଶ୍ବାସୀ ମୃତ ଲୋକମାନେ ପୁନରୁଥିତ ହେବେ, ଶ୍ବେତ ସିଂହାସନ ସମ୍ମୁଖରେ ସେମାନେ ବିଚାରିତ ହେବେ ଓ ତତ୍ପରେ, ସେମାନେ ଅଗ୍ନିମୟ ହ୍ରଦରେ ନିକ୍ଷେପ କରାଯିବେ । ତେବେ, ଅବିଶ୍ବାସୀମାନେ ମୃତ୍ୟୁର ତତକ୍ଷଣାତ ନର୍କକୁ (ଅଗ୍ନିମୟ ହ୍ରଦକୁ) ପ୍ରେରିତ ହୁଅନ୍ତି ନାହିଁ, କିନ୍ତୁ ଅସ୍ଥାୟୀ ଦଣ୍ଡ ଓ ନିନ୍ଦାର ସ୍ଥାନରେ ସେମାନେ ରହିଥାନ୍ତି । ଯଦିଓ, ଅବିଶ୍ବାସୀମାନେ ତତକ୍ଷଣାତ ଅଗ୍ନିମୟ ହ୍ରଦକୁ ପ୍ରେରିତ ହୁଅନ୍ତି ନାହିଁ, ମୃତ୍ୟୁ ଉତ୍ତାରେ ସେମାନଙ୍କ ତତକ୍ଷଣାତ ଭାଗ୍ୟ ସନ୍ତୋଷଜନକ ନୁହେଁ, ଧନୀବ୍ୟକ୍ତି ଜଣକ ଚିତ୍କାର କରି କହିବାକୁ ଲାଗିଲା, “ମୁଁ ଏହି ନିଆଁରେ କଲବଲ ହେଉଅଛି” (ଲୂକ ୧୬:୨୪) ।

ତେଣୁ ମୃତ୍ୟୁ ଉତ୍ତାରେ, ଜଣେ ବ୍ୟକ୍ତି “ଅସ୍ଥାୟୀ” ସ୍ବର୍ଗ ଅବା ନର୍କରେ ରହିଥାଏ । ଏହି ଅସ୍ଥାୟୀ ସ୍ଥାନ ଉତ୍ତାରେ, ଅନ୍ତିମ ପୁନରୁଥାନରେ, ବ୍ୟକ୍ତିର ଅନନ୍ତକାଳୀନ ସ୍ଥାନ ପରିବର୍ତ୍ତନ ହୁଏ ନାହିଁ । ଶେଷରେ, ବିଶ୍ବାସୀମାନେ ନୂତନ ସ୍ବର୍ଗ ଓ ପୃଥିବୀରେ ପ୍ରବେଶ କରିବେ (ପ୍ରକାଶିତ ୨୧:୧) । ଅବିଶ୍ବାସୀମାନେ ଶେଷରେ ଅଗ୍ନିମୟ ହ୍ରଦକୁ ପ୍ରେରିତ ହେବେ (ପ୍ରକାଶିତ ୨୦:୧୧-୧୫) । ଏହା ହେଉଛି ସମସ୍ତ ଲୋକଙ୍କ ପାଇଁ ଅନ୍ତିମ ଓ ଅନନ୍ତକାଳୀନ ସ୍ଥାନ- ସେମାନେ ଖ୍ରୀଷ୍ଟଙ୍କୁ ନିଜର ଉଦ୍ଧାରକର୍ତ୍ତାରୂପେ ବିଶ୍ବାସ କରିଅଛନ୍ତି ନା ନାହିଁ ଏହି ଉପରେ ହିଁ ସେମାନଙ୍କ ଭାଗ୍ୟ ନିର୍ଦ୍ଧାରିତ ହୁଏ (ମାଥିଉ ୨୫:୪୬; ଯୋହନ ୩:୩୬) ।



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ



ମୃତ୍ୟୁ ଉତ୍ତାରେ କଅଣ ହୁଏ?