settings icon
share icon
ପ୍ରଶ୍ନ

ଯୀଶୁ ଈଶ୍ଵରଙ୍କ ପୁତ୍ର କହିବାର ଅର୍ଥ କ’ଣ?

ଉତ୍ତର


ମନୁଷ୍ୟ ଭାବରେ ପିତା ଓ ପୁତ୍ର ଅର୍ଥରେ ଯୀଶୁ ଈଶ୍ଵରଙ୍କ ପୁତ୍ର ନୁହଁନ୍ତି । ଈଶ୍ଵର ବିବାହ କରି ଜଣେ ପୁଅର ବାପା ହୋଇନାହାନ୍ତି । ଈଶ୍ଵର ମରିୟମଙ୍କ ସହିତ ଶାରୀରିକ ସମ୍ପର୍କ ରଖି ଏକ ପୁତ୍ରକୁ ଜନ୍ମ ଦେଇନାହାନ୍ତି । ଯୀଶୁ ଈଶ୍ଵରଙ୍କ ପୁତ୍ର ତାହାର ଅର୍ଥ ସେ ଈଶ୍ଵର ମନୁଷ୍ୟ ରୂପରେ ପ୍ରକାଶିତ ହେଲେ (ଯୋହନ ୧:୧,୪ ) । ଯୀଶୁ ଈଶ୍ଵରଙ୍କ ପୁତ୍ର ଅର୍ଥାତ୍ ସେ ପବିତ୍ରଆତ୍ମାଙ୍କ ଦ୍ଵାରା ମରିୟମଙ୍କ ଗର୍ଭରେ ରହିଥିଲେ । ଲୂକ ୧: ୩୫ କୁହେ “ଦୂତ ତାଙ୍କୁ ଉତ୍ତର ଦେଲେ, ପବିତ୍ରଆତ୍ମା ତୁମ୍ଭ ଉପରେ ଅବତରଣ କରିବେ ଓ ପରାତ୍ପରଙ୍କ ଶକ୍ତି ତୁମ୍ଭକୁ ଆବୋରିବ, ଏଣୁ ଯେ ଜାତ ହେବେ, ସେ ପବିତ୍ର ଓ ଈଶ୍ଵରଙ୍କ ପୁତ୍ର ବୋଲି ଖ୍ୟାତ ହେବେ ।”

ଯୀଶୁ ଯିହୂଦୀ ନେତାମାନଙ୍କ ଆଗରେ ଠିଆ ହୋଇ ବିଚାରିତ ହେଉଥିବା ସମୟରେ, ପ୍ରଧାନ ଯାଜକ ଯୀଶୁଙ୍କ ବିଷୟରେ ଜୋର୍‍‍ ଦେଇ କହିଲେ “ଆମ୍ଭେ ତୁମ୍ଭକୁ ଜୀବନ୍ତ ଈଶ୍ଵରଙ୍କ ନାମରେ ଶପଥ ଦେଉଅଛୁ, ଆମ୍ଭମାନଙ୍କୁ କୁହ, ତୁମ୍ଭେ କି ଈଶ୍ଵରଙ୍କ ପୁତ୍ର ଖ୍ରୀଷ୍ଟ?” (ମାଥିଉ ୨୬:୬୩) । “ଯୀଶୁ ତାଙ୍କୁ କହିଲେ ‘ଆପଣ କହିଅଛନ୍ତି’; ‘ଆହୁରି, ମୁଁ ଆପଣମାନଙ୍କୁ କହୁଅଛି, ଅଦ୍ୟାବଧି ଆପଣମାନେ ମନୁଷ୍ୟପୁତ୍ରଙ୍କୁ ପରାକ୍ରମର ଦକ୍ଷିଣ ପାର୍ଶ୍ୟରେ ଉପବିଷ୍ଟ ଓ ଆକାଶର ମେଘମାଳାରେ ଆଗମନ କରିବା ଦେଖିବେ’” (ମାଥିଉ ୨୬ :୬୪) । ଯିହୂଦୀ ନେତାମାନେ ଏହାର ପ୍ରତିକ୍ରିୟା ସ୍ଵରୂପେ ଯୀଶୁ ଈଶ୍ଵର ନିନ୍ଦା କରୁଛନ୍ତି ବୋଲି କହି ତାହାଙ୍କ ବିରୁଦ୍ଧରେ ଅଭିଯୋଗ କଲେ (ମାଥିଉ ୨୬:୬୫-୬୬) । ପରବର୍ତ୍ତୀ ସମୟରେ, ପନ୍ତିୟ ପିଲାତଙ୍କ ଆଗରେ “ଯିହୂଦୀମାନେ ତାଙ୍କୁ ଉତ୍ତର ଦେଲେ, ଆମ୍ଭମାନଙ୍କର ଗୋଟିଏ ବ୍ୟବସ୍ଥା ଅଛି ଓ ସେହି ବ୍ୟବସ୍ଥା ଅନୁସାରେ ସେ ପ୍ରାଣଦଣ୍ଡର ଯୋଗ୍ୟ, କାରଣ ସେ ନିଜକୁ ଈଶ୍ଵରଙ୍କ ପୁତ୍ର ବୋଲି କହିଅଛି” (ଯୋହନ ୧୯:୭) । ଈଶ୍ଵରଙ୍କ ପୁତ୍ର ବୋଲି ସେ ଦାବୀ କରିବାରୁ କାହିଁକି ଏହାକୁ ଈଶ୍ଵର ନିନ୍ଦା ବୋଲି ଧରାଗଲା ଓ ସେ ପ୍ରାଣଦଣ୍ଡ ପାଇବାର ଯୋଗ୍ୟ ବୋଲି କୁହାଗଲା? ଯୀଶୁ “ଈଶ୍ଵରଙ୍କ ପୁତ୍ର” ବୋଲି ଯେଉଁ ବାକ୍ୟାଂଶ କହିଥିଲେ, ତାହାକୁ ଯିହୂଦୀ ନେତାମାନେ ସଠିକ୍‍ ବୁଝିପାରିଥିଲେ । ଈଶ୍ଵରଙ୍କ ପୁତ୍ର ହେବାର ଅର୍ଥ ହେଉଛି ଈଶ୍ଵରଙ୍କର ଯେଉଁ ସ୍ଵଭାବ ବା ପ୍ରକୃତି ରହିଛି ଠିକ୍‍ ସେହି ସ୍ଵଭାବ ବା ପ୍ରକୃତିର ହେବା । ଈଶ୍ଵରଙ୍କ ପୁତ୍ର “ଈଶ୍ଵରଙ୍କ ଅଟନ୍ତି ।” ଈଶ୍ଵରଙ୍କର ଯେପରି ପ୍ରକୃତି ଥିଲା ନିଜର ମଧ୍ୟ ଠିକ୍‍ ସେହି ପ୍ରକୃତି ବା ସ୍ଵଭାବ ରହିଛି ବୋଲି କହିବା ପ୍ରକୃତରେ ଈଶ୍ଵର ହୋଇଥିବା ବିଷୟକୁ ହିଁ ବୁଝାଏ ଏବଂ ଏହା ଯିହୂଦୀ ନେତାମାନଙ୍କ ପାଇଁ ଈଶ୍ଵର ନିନ୍ଦା ଥିଲା; ଅତଏବ, ସେମାନେ ଲେବୀୟ ୨୪: ୧୫ କୁ ଦେଖାଇ ଯୀଶୁଙ୍କ ମୃତ୍ୟୁ ଦାବୀ କଲେ । ଏବ୍ରୀ ୧:୩ ଏହାକୁ ଅତି ସ୍ପଷ୍ଟ ଭାବରେ ପ୍ରକାଶ କରିଥାଏ –“ପୁତ୍ର ହେଉଛନ୍ତି ଈଶ୍ଵରଙ୍କ ମହିମାର ପ୍ରଭା ଓ ତାହାଙ୍କ ତତ୍ତ୍ଵର ପ୍ରତିମୂର୍ତ୍ତି ।”

ଅନ୍ୟ ଏକ ଉଦାହରଣ ଯୋହନ ୧୭:୧୨ରେ ଦେଖିବାକୁ ମିଳେ ଯେଉଁଠି ଯିହୂଦାଙ୍କୁ “ବିନାଶର ସନ୍ତାନ” ଭାବେ ବର୍ଣ୍ଣନା କରାଯାଇଛି । ଯୋହନ ୬: ୭୧ ଆମ୍ଭମାନଙ୍କୁ କୁହେ ଯେ ଯିହୂଦା ଶିମୋନଙ୍କ ପୁତ୍ର ଥିଲେ । ଯୋହନ ୧୭:୧୨ ଯିହୂଦାଙ୍କୁ “ବିନାଶର ସନ୍ତାନ” କହିବା ଦ୍ଵାରା କ’ଣ ବୁଝାଏ? ବିନାଶ ଶବ୍ଦର ଅର୍ଥ ହେଉଛି “ଧ୍ଵଂସ, ବିଧ୍ଵଂସ, ନଷ୍ଟ ।” ଯିହୂଦା “ଧ୍ଵଂସ, ବିଧ୍ଵଂସ, ନଷ୍ଟ”ର ଆକ୍ଷରିକ ପୁତ୍ର ନ ଥିଲେ, କିନ୍ତୁ ଏହି ସମସ୍ତ ଯିହୂଦାଙ୍କ ଜୀବନର ଚିହ୍ନ ଥିଲା । ଯିହୂଦା ବିନାଶର ଚିହ୍ନ ଥିଲେ । ଠିକ୍‍ ଏହିପରି ଭାବରେ, ଯୀଶୁ ଈଶ୍ଵରଙ୍କ ପୁତ୍ର ଥିଲେ । ଈଶ୍ଵରଙ୍କ ପୁତ୍ର ହେଉଛନ୍ତି ଈଶ୍ଵର । ଯୀଶୁ ହେଉଛନ୍ତି ଈଶ୍ଵରଙ୍କ ପ୍ରକାଶନ (ଯୋହନ ୧:୧, ୧୪) ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ଯୀଶୁ ଈଶ୍ଵରଙ୍କ ପୁତ୍ର କହିବାର ଅର୍ଥ କ’ଣ?
© Copyright Got Questions Ministries