settings icon
share icon
ପ୍ରଶ୍ନ

ଈଶ୍ବର ପ୍ରେମ କହିଲେ କ’ଣ ବୁଝାଯାଏ?

ଉତ୍ତର


ଆସୁ, ବାଇବଲ ପ୍ରେମକୁ କିପରି ଭାବରେ ବର୍ଣ୍ଣନା କରେ ତାହା ଦେଖିବା, ଏବଂ ତା’ପରେ ଈଶ୍ବର କିପରି ଭାବରେ ପ୍ରେମର ମୁଖ୍ୟ ବିଷୟ ଅଟନ୍ତି ସେହି ସମସ୍ତ ବିଷୟକୁ ଦେଖିବା । “ପ୍ରେମ ଦୀର୍ଘସହିଷ୍ଣୁ, ପ୍ରେମ ହିତଜନକ, ଈର୍ଷା କରେନାହିଁ, ଆତ୍ମବଡିମା କରେନାହିଁ, ଅହଙ୍କାର କରେନାହିଁ, ଅନୁଚିତ ବ୍ୟବହାର କରେନାହିଁ, ସ୍ବାର୍ଥ ଚେଷ୍ଟା କରେନାହିଁ, ବିରକ୍ତ ହୁଏନାହିଁ, ଅପକାର ସ୍ମରଣରେ ରଖେ ନାହିଁ, ଅଧର୍ମରେ ଆନନ୍ଦ କରେନାହିଁ, କିନ୍ତୁ ସତ୍ୟରେ ଆନନ୍ଦ କରେ; ସମସ୍ତ ସହ୍ୟ କରେ, ସମସ୍ତ ବିଶ୍ବାସ କରେ, ସମସ୍ତ ଭରସା କରେ, ସମସ୍ତ ବିଷୟରେ ଧୈର୍ଯ୍ୟ ଧରି ରହେ । ପ୍ରେମ କଦାପି ଶେଷ ହୁଏନାହିଁ; (1କରିନ୍ଥୀୟ 13:4-8କ) । ଏହା ଈଶ୍ବରଙ୍କ ପ୍ରେମର ସଂଜ୍ଞା, ଏବଂ ଯେହେତୁ ଈଶ୍ବର ପ୍ରେମ ଅଟନ୍ତି (1ଯୋହନ 4:8) ସେଥିଯୋଗୁଁ, ସେ ଏହିପରି ଅଟନ୍ତି ।

ପ୍ରେମ (ଈଶ୍ବର) ନିଜକୁ କାହା ଉପରେ ବଳ ପ୍ରୟୋଗ କରେନାହିଁ । ଯେଉଁମାନେ ତାହାଙ୍କ ନିକଟକୁ ଆସନ୍ତି, ସେମାନେ ତାହାଙ୍କ ପ୍ରେମର ପ୍ରତିବଦଳ ବା ପ୍ରତିକ୍ରିୟା ସ୍ବରୂପ ତାହା କରନ୍ତି । ପ୍ରେମ (ଈଶ୍ବର) ସମସ୍ତଙ୍କୁ ଦୟା ଦେଖାଇଥାଏ । ପ୍ରେମ (ଯୀଶୁ) କୌଣସି ପାତର ଅନ୍ତର ନ କରି ସମସ୍ତଙ୍କର ମଙ୍ଗଳ କରିଚାଲିଲେ । ଅନ୍ୟମାନଙ୍କଠାରେ ଯାହା ଅଛି ତାହାକୁ ପ୍ରେମ (ଯୀଶୁ) ଲୋଭ କରେନାହିଁ, ସେ ବିନା ଅଭିଯୋଗରେ ଏକ ନମ୍ର ଜୀବନଯାପନ କରେ । ପ୍ରେମ (ଯୀଶୁ) ଯେତେ ଲୋକଙ୍କ ସାକ୍ଷାତରେ ଆସିଥିଲା ସେ ସେମାନଙ୍କଠାରୁ ବଳରେ ଅଧିକ ଥିଲେ ସୁଦ୍ଧା ସେ ଶରୀରରେ ଯାହା ଥିଲା ସେଥିଯୋଗୁଁ ଗର୍ବ ଅନୁଭବ କଲା ନାହିଁ । ପ୍ରେମ (ଈଶ୍ବର) ବାଧ୍ୟ ହେବାକୁ ଦାବୀ କରେନାହିଁ । ଈଶ୍ବର ତାହାଙ୍କ ପୁତ୍ରଙ୍କଠାରୁ ବାଧ୍ୟତାର ଦାବୀ କଲେନାହିଁ, ବରଂ ଯୀଶୁ ସ୍ବଇଛାରେ ସ୍ବର୍ଗରେ ଥିବା ତାଙ୍କ ବାପାଙ୍କ ବାଧ୍ୟ ହେଲେ । “ମୁଁ ଯେ ପିତାଙ୍କୁ ପ୍ରେମ କରେ ଓ ପିତାଙ୍କ ଆଜ୍ଞାନୁସାରେ କର୍ମ କରେ,ଏହା ଯେପରି ଜଗତ ଜାଣିପାରେ, ଏଥିନିମନ୍ତେ ଏପରି ଘଟୁଅଛି । ଉଠ, ଆମ୍ଭେମାନେ ଏହି ସ୍ଥାନରୁ ଚାଲିଯାଉ” (ଯୋହନ 14:31) । ପ୍ରେମ (ଯୀଶୁ) ସର୍ବଦା ଅନ୍ୟମାନଙ୍କର ସ୍ବାର୍ଥକୁ ଦେଖୁଥିଲେ/ଦେଖୁଅଛନ୍ତି ।

ଯୋହନ 3:16ରେ ଈଶ୍ବରଙ୍କ ପ୍ରେମ ସବୁଠାରୁ ଅଧିକ ଆମ୍ଭମାନଙ୍କୁ ଜଣାଇଦିଆଯାଇଛି: “କାରଣ ଈଶ୍ବର ଜଗତକୁ ଏଡେ ପ୍ରେମ କଲେ ଯେ ସେ ଆପଣା ଅଦ୍ବିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେକେହି ତାହାଙ୍କଠାରେ ବିଶ୍ବାସ କରେ, ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ ।” ରୋମୀୟ 5:8 ସେହି ଗୋଟିଏ ବାର୍ତ୍ତା ବା ସମ୍ବାଦ କହିଥାଏ: “ଆମ୍ଭେମାନେ ପାପୀ ଥିବା ସମୟରେ ସୁଦ୍ଧା ଖ୍ରୀଷ୍ଟ ଯେ ଆମ୍ଭମାନଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ, ସେଥିରେ ଈଶ୍ବର ଆମ୍ଭମାନଙ୍କ ପ୍ରତି ଆପଣା ପ୍ରେମ ସପ୍ରମାଣ କରୁଅଛନ୍ତି ।” ଆମେ ଏହି ସମସ୍ତ ପଦରୁ ଦେଖିପାରିବା ଯେ ଆମେ ତାହାଙ୍କ ଅନନ୍ତ ଘର ସ୍ବର୍ଗରେ ତାହାଙ୍କ ସହିତ ମିଳିତ ହେବା ଏହା ଈଶ୍ବରଙ୍କ ସବୁଠାରୁ ଅଧିକ ବଡ ଇଛା । ସେ ଆମ୍ଭମାନଙ୍କ ପାପର ପାଉଣା ପରିଶୋଧ କରି ରାସ୍ତାକୁ ସହଜ କରିଦେଇଛନ୍ତି । ସେ ଆମ୍ଭମାନଙ୍କୁ ପ୍ରେମ କରନ୍ତି କାରଣ ତାହାଙ୍କ ଇଛାର ଏକ କାର୍ଯ୍ୟ ଭାବେ ସେ ଆମ୍ଭମାନଙ୍କୁ ମନୋନୀତ କରିଅଛନ୍ତି । ପ୍ରେମ କ୍ଷମା କରିଦିଏ । “ଯଦି ଆମ୍ଭେମାନେ ଆପଣା ଆପଣା ପାପ ସ୍ବୀକାର କରୁ, ତେବେ ସେ ଆମ୍ଭମାନଙ୍କର ପାପକ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ପରିଷ୍କାର କରିବାକୁ ବିଶ୍ବସ୍ତ ଓ ନ୍ୟାୟବାନ୍‍ ଅଟନ୍ତି” (1ଯୋହନ 1:9) ।

ତେବେ, ଈଶ୍ବର ପ୍ରେମ ଅଟନ୍ତି କହିଲେ କ’ଣ ବୁଝାଏ? ପ୍ରେମ ହେଉଛି ଈଶ୍ବରଙ୍କର ଏକ ଗୁଣ । ପ୍ରେମ ହେଉଛି ଈଶ୍ବରଙ୍କ ସ୍ବଭାବ ଓ ବ୍ୟକ୍ତିତ୍ବର ଏକ ମୁଖ୍ୟ ଦିଗ । ଈଶ୍ବରଙ୍କ ପ୍ରେମ କୌଣସି ଅର୍ଥରେ ମଧ୍ୟ ଈଶ୍ବରଙ୍କ ପବିତ୍ରତା, ଧାର୍ମିକତା, ନ୍ୟାୟ, ଏପରିକି ତାହାଙ୍କ କ୍ରୋଧ ସହ ଅସହମତ ହୁଏନାହିଁ । ଈଶ୍ବରଙ୍କ ସମସ୍ତ ଗୁଣ ସିଦ୍ଧ ଭାବରେ ତାଳ ଦେଇ ରହିଛି । ଈଶ୍ବର ସମସ୍ତ ବିଷୟ ପ୍ରେମରେ କରନ୍ତି, ଠିକ୍‍ ଯେପରି ସେ କରୁଥିବା ସମସ୍ତ ବିଷୟ ନ୍ୟାୟ ଓ ଉପଯୁକ୍ତ ବା ଠିକ୍‍ ଅଟେ । ଈଶ୍ବର ପ୍ରକୃତ ପ୍ରେମର ସିଦ୍ଧ ଉଦାହରଣ । ଆଶ୍ଚର୍ଯ୍ୟଜନକ ଭାବରେ, ଯେଉଁମାନେ ଈଶ୍ବରଙ୍କ ପୁଅ ଯୀଶୁଙ୍କୁ ସେମାନଙ୍କ ବ୍ୟକ୍ତିଗତ ଉଦ୍ଧାରକର୍ତ୍ତା ଭାବରେ ଗ୍ରହଣ କରନ୍ତି ସେମାନଙ୍କୁ ପବିତ୍ରଆତ୍ମାଙ୍କ ଶକ୍ତିରେ ଅନ୍ୟମାନଙ୍କୁ ପ୍ରେମ କରିବାର ସକ୍ଷମ କରାନ୍ତି, ଠିକ୍‍ ଯେପରି ସେ ଅନ୍ୟମାନଙ୍କୁ ପ୍ରେମ କରନ୍ତି (ଯୋହନ 1:12; 1ଯୋହନ 3:1, 23-24) ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ଈଶ୍ବର ପ୍ରେମ କହିଲେ କ’ଣ ବୁଝାଯାଏ?
© Copyright Got Questions Ministries