ଆମେ ଯେତେବେଳେ ପାପ କରୁ ପ୍ରଭୁ ଈଶ୍ବର ଆମ୍ଭମାନଙ୍କୁ କେତେବେଳେ, କାହିଁକି ଏବଂ କିପରି ଶାସନ କରିଥାନ୍ତି?



ପ୍ରଶ୍ନ: ଆମେ ଯେତେବେଳେ ପାପ କରୁ ପ୍ରଭୁ ଈଶ୍ବର ଆମ୍ଭମାନଙ୍କୁ କେତେବେଳେ, କାହିଁକି ଏବଂ କିପରି ଶାସନ କରିଥାନ୍ତି?

ଉତ୍ତର:
ଅନେକ ସମୟରେ ବିଶ୍ବାସୀମାନଙ୍କ ନିମନ୍ତେ ଜୀବନର ଏକ ବାସ୍ତବତା ଭାବେ ଈଶ୍ବରଙ୍କ ଶାସନକୁ ଉପେକ୍ଷା କରାଯାଇଥାଏ | ଅନେକ ସମୟରେ କେତେକ ପରିସ୍ଥିତି ଆମ ନିଜ ପାପ ଏବଂ ସେହି ପାପ ନିମନ୍ତେ ଈଶ୍ବରଙ୍କ ପ୍ରେମମୟ ଏବଂ ଦୟାଶୀଳ ଶାସନର ଏକ ଅଂଶ ବୋଲି ହୃଦୟଙ୍ଗମ ନ କରି ସେ ବିଷୟରେ ଅଭିଯୋଗ କରିଥାଉ | ଏହି ଆତ୍ମ-କୈନ୍ଦ୍ରିକ ଅଜ୍ଞତା ଜଣେ ବିଶ୍ବାସୀଙ୍କ ଜୀବନରେ ଅଭ୍ୟାସଗତ ପାପର ସଂଗଠନ କରିବାକୁ ଦେଇଥାଏ, ଯାହା ନିଜ ଉପରକୁ ଅତି ଅଧିକ ଶାସନ ଆଣିଥାଏ |

ଶାସନକୁ ନିର୍ଦ୍ଦୟ ଦଣ୍ଡ ଭାବେ ଦ୍ବନ୍ଦଗ୍ରସ୍ତ ହେବା ଉଚିତ୍ ନୁହେଁ | ପ୍ରଭୁଙ୍କ ଶାସନ ଆମ ନିମନ୍ତେ ଥିବା ତାଙ୍କ ପ୍ରେମ ଓ ଆମେ ପ୍ରତ୍ୟେକେ ପବିତ୍ର ହେଉ ବୋଲି ତାଙ୍କ ଇଛାର ପ୍ରଭାବ ଦ୍ବାର ସୃଷ୍ଟ ପରିବର୍ତ୍ତନ | "ହେ ମୋହର ପୁତ୍ର, ସଦାପ୍ରଭୁଙ୍କ ଅନୁଯୋଗ ତୁଚ୍ଚ କରନାହିଁ ଓ ତାହାଙ୍କ ଶାସନରେ କ୍ଲାନ୍ତ ହୁଅନାହିଁ | କାରଣ ଯେପରି ପିତା ଆପଣା ସନ୍ତୋଷପାତ୍ର ପୁତ୍ରକୁ, ସେପରି ସଦାପ୍ରଭୁ ଆପଣା ପ୍ରେମପାତ୍ରକୁ ଶାସନ କରନ୍ତି" (ହିତୋପଦେଶ ୩:୧୧-୧୨; ଏବ୍ରୀ ୧୨:୫-୧୧ ମଧ୍ୟ ଦେଖନ୍ତୁ) | ଈଶ୍ବର ତାଙ୍କ ନିକଟକୁ ଆମେ ଯେପରି ଅନୁତାପ କରି ଫେରୁ ସେଥିନିମନ୍ତେ ପରୀକ୍ଷା, କ୍ଲେଶ ଏବଂ ବିଭିନ୍ନ ଅପ୍ରିତିକର ପରିସ୍ଥିତିଗୁଡିକ ସୃଷ୍ଟି କରିଥାନ୍ତି | ତାଙ୍କ ଶାସନର ଫଳ ହେଉଛି ଅଧିକ ବିଶ୍ବାସ ଏବଂ ଈଶ୍ବରଙ୍କ ସହ ଏକ ନୂତନୀକୃତ ସମ୍ପର୍କ (ଯାକୁବ ୧:୨-୪), ଏହା ଆମ ଉପରେ ଗଡ ସାଜିଥିବା ନିର୍ଦ୍ଧିଷ୍ଟ ପାପକୁ ଧ୍ବଂସ କରିବାର ନୁହେଁ |

ପ୍ରଭୁଙ୍କ ଶାସନ ଆମ ନିଜ ଭଲ ନିମନ୍ତେ କାର୍ଯ୍ୟ କରେ, ଯେପରିକି ଆମ୍ଭମାନଙ୍କ ଜୀବନରେ ସେ ଗୌରବାନ୍ମିତ ହୁଅନ୍ତି | ସେ ଚାହାନ୍ତି ଯେପରି ଆମେ ପବିତ୍ରତାର ଜୀବନ ଏବଂ ଈଶ୍ବର ଆମ୍ଭମାନଙ୍କୁ ଦେଇଥିବା ନୂତନ ସ୍ବଭାବର ଜୀବନ ପ୍ରତିଫଳିତ ହେବାର ଚାହାନ୍ତି: "ମାତ୍ର ତୁମ୍ଭମାନଙ୍କ ଆହ୍ବାନକର୍ତ୍ତା ଯେପରି ପବିତ୍ର, ତୁମ୍ଭେମାନେ ମଧ୍ୟ ଆଜ୍ଞାବହ ସନ୍ତାନମାନଙ୍କ ପରି ସମସ୍ତ ଆଚରଣରେ ସେହିପରି ପବିତ୍ର ହୁଅ | ଯେଣୁ ଲେଖାଅଛି, ତୁମ୍ଭେମାନେ ପବିତ୍ର ହୁଅ, କାରଣ ଆମ୍ଭେ ପବିତ୍ର" (୧ପିତର ୧:୧୫-୧୬) |



ଓଡିଆ ହୋମ୍ ପେଜକୁ ପ୍ରତ୍ୟାବର୍ତ୍ତନ କରନ୍ତୁ



ଆମେ ଯେତେବେଳେ ପାପ କରୁ ପ୍ରଭୁ ଈଶ୍ବର ଆମ୍ଭମାନଙ୍କୁ କେତେବେଳେ, କାହିଁକି ଏବଂ କିପରି ଶାସନ କରିଥାନ୍ତି?