settings icon
share icon
ପ୍ରଶ୍ନ

ଖ୍ରୀଷ୍ଟିଆନ ଧର୍ମ କଅଣ ଏବଂ ଖ୍ରୀଷ୍ଟିଆନ କଅଣ ବିଶ୍ଵାସ କରେ?
ଖ୍ରୀଷ୍ଟିଆନ ଧର୍ମର ମୌଳିକ ବିଶ୍ଵାସ ୧ କରନ୍ଥୀୟ ୧୫:୧-୪ରେ ସଂକ୍ଷେପରେ ବର୍ଣ୍ଣନା କରାଯାଇଛି | ଯୀଶୁ ଆମ ପାପ ପାଇଁ ମୃତ୍ୟୁଭୋଗ କଲେ, କବରଶାୟୀ ହେଲେ, ପୁନରୁଥିତ ହେଲେ, ଏବଂ ଫଳତଃ, ଯେଉଁମାନେ ତାହାଙ୍କୁ ବିଶ୍ଵାସ କରି ଗ୍ରହଣ କରିବେ, ସେମାନେ ପରିତ୍ରାଣ ପ୍ରାପ୍ତ ହେବେ | ଅନେକ ଧାର୍ମିକ ବିଶ୍ଵାସ ମଧ୍ୟରେ ଏହା ଅସାଧାରଣ ଅଟେ, ଖ୍ରୀଷ୍ଟିଆନ ଧର୍ମ, ଧାର୍ମିକ ବିଧି ବିଧାନ ନୁହେଁ କିନ୍ତୁ ଏହା ଏକ ସମ୍ବନ୍ଧ ଅଟେ | ଅନେକ ପ୍ରକାର ର “କର” ଓ “ନ କର”ର ତାଲିକା ନୁହେଁ , ଖ୍ରୀଷ୍ଟିଆନ ଧର୍ମର ଉଦ୍ଦେଶ୍ୟ ହେଉଛି ଈଶ୍ଵରଙ୍କ ସହିତ ଏକ ଘନିଷ୍ଟ ସମ୍ପର୍କ ସ୍ଥାପନ କରିବା ବିଷୟ ଅଟେ | ସେହି ସମ୍ପର୍କ ଯୀଶୁ ଖ୍ରୀଷ୍ଟଙ୍କ କାର୍ଯ୍ୟ ଓ ପବିତ୍ର ଆତ୍ମାଙ୍କ ସେବା କାର୍ଯ୍ୟ ଯୋଗୁଁ ସମ୍ଭବ ହୋଇପାରିଛି |

ଏହି ମୌଳିକ ବିଶ୍ଵାସକୁ ଛାଡ଼ି, ଆହୁରି ଅନେକ ତାଲିକା ରହିଛି ଯାହା ଖ୍ରୀଷ୍ଟିଆନ ଧର୍ମ ଓ ଖ୍ରୀଷ୍ଟିଆନ୍ ଧର୍ମ କଅଣ ବିଶ୍ଵାସ କରେ, ତାହାର ସଂକେତ ଅଟେ | ଖ୍ରୀଷ୍ଟିଆନମାନେ ବିଶ୍ଵାସ କରନ୍ତି ଯେ ବାଇବଲ “ଈଶ୍ଵର-ନିଶ୍ଵେଷିତ” ଈଶ୍ଵରଙ୍କ ବାକ୍ୟ ଅଟେ ଏବଂ ସମସ୍ତ ବିଶ୍ଵାସ ଓ ଆଚରଣ ସମ୍ପର୍କରେ ଏହା ଅନ୍ତିମ କ୍ଷମତା ଅଟେ (୨ ତିମଥୀ ୩:୧୬; ୨ ପିତର ୧:୨୦-୨୧) | ଖ୍ରୀଷ୍ଟିଆନମାନେ ତ୍ରିଏକ ଈଶ୍ଵରଙ୍କୁ ବିଶ୍ଵାସ କରନ୍ତି - ପିତା, ପୁତ୍ର (ଯୀଶୁ ଖ୍ରୀଷ୍ଟ), ଓ ପବିତ୍ର ଆତ୍ମା |

ଖ୍ରୀଷ୍ଟିଆନମାନେ ବିଶ୍ଵାସ କରନ୍ତି ଯେ ମନୁଷ୍ୟ ନିର୍ଦ୍ଧିଷ୍ଟରୂପେ ଈଶ୍ଵରଙ୍କ ସହ ସମ୍ପର୍କ ରଖିବା ପାଇଁ ନିର୍ମିତ ହୋଇଥିଲା, କିନ୍ତୁ ପାପ, ସମସ୍ତ ମନୁଷ୍ୟକୁ ଈଶ୍ଵ ରଙ୍କଠାରୁ ପୃଥକ କରିଅଛି (ରୋମୀୟ ୩:୨୩; ୫:୧୨) | ଖ୍ରୀଷ୍ଟିଆନ ଧର୍ମ ଶିକ୍ଷା ଦିଏ ଯେ ଯୀଶୁ ଖ୍ରୀଷ୍ଟ ଏହି ଜଗତରେ ସମ୍ପୂର୍ଣ୍ଣରୂପେ ଈଶ୍ଵର ଓ ସଂପୂର୍ଣ୍ଣ ମନୁଷ୍ୟ ଭାବରେ ଜୀବନ ଅତିବାହିତ କରିଥିଲେ (ଫିଲିପୀୟ ୨:୬-୧୧) ଏବଂ କ୍ରୁଶରେ ମୃତ୍ୟୁବରଣ କରିଥିଲେ | ଖ୍ରୀଷ୍ଟିଆନମାନେ ବିଶ୍ଵାସ କରନ୍ତି ଯେ ତାହାଙ୍କ ମୃତ୍ୟୁ ଉତ୍ତାରେ, ଖ୍ରୀଷ୍ଟ କବରଶାୟୀ ହେଲେ, ସେ ପୁନର୍ଜୀବିତ ହେଲେ ଏବଂ ସେ ପିତାଙ୍କ ଦକ୍ଷିଣ ପାର୍ଶ୍ଵରେ ଉପବିଷ୍ଟ ଅଟନ୍ତି, ଚିରକାଳ ନିମନ୍ତେ ସେ ବିଶ୍ଵାସୀମାନଙ୍କ ନିମନ୍ତେ ନିବେଦନ କରୁଅଛନ୍ତି (ଏବ୍ରୀ ୭:୨୫) | ଖ୍ରୀଷ୍ଟିଆନ ଧର୍ମ ପ୍ରଚାର କରେ ଯେ ଯୀଶୁ ଖ୍ରୀଷ୍ଟଙ୍କ କ୍ରୁଶିୟ ମୃତ୍ୟୁ ମନୁଷ୍ୟମାନଙ୍କ ସମସ୍ତ ପାପର ବେତନକୁ ପେୟ କରିବା ପାଇଁ ଯଥେଷ୍ଟ ଏବଂ ଏହା ହିଁ ଈଶ୍ଵର ଓ ମନୁଷ୍ୟ ମଧ୍ୟରେ ଥିବେ ଭଗ୍ନ ସମ୍ପର୍କକୁ ସୁସ୍ଥାପିତ କରେ (ଏବ୍ରୀ ୯:୧୧-୧୪; ୧୦:୧୦; ରୋମୀୟ ୫:୮; ୬:୨୩) |

ଖ୍ରୀଷ୍ଟିଆନ ଧର୍ମ ଶିକ୍ଷା ଦିଏ ଯେ ଉଦ୍ଧାର ପାଇବା ପାଇଁ ଓ ମୃତ୍ୟୁ ଉତ୍ତାରେ ସ୍ଵର୍ଗରେ ପ୍ରବେଶ କରିବା ପାଇଁ, ଜଣେ ବ୍ୟକ୍ତି ଯୀଶୁ ଖ୍ରୀଷ୍ଟଙ୍କ ସମ୍ପୂର୍ଣ୍ଣ କରିଥିବା କ୍ରୁଶିୟ କାର୍ଯ୍ୟରେ ବିଶ୍ଵାସ କରିବାକୁ ହେବ | ଯଦି ଆମେ ବିଶ୍ଵାସ କରୁ ଯେ ଖ୍ରୀଷ୍ଟ ଆମ ସ୍ଥାନରେ ମୃତ୍ୟୁଭୋଗ କଲେ ଏବଂ ଆମ ପାପର ବେତନ ଦେଲେ ଏବଂ ପୁନର୍ଜୀବିତ ହେଲେ, ତେବେ ଆମେ ଉଦ୍ଧାର ପାଇବା | ଏପରି କିଛି ନାହିଁ ଯାହା ଜଣେ ବ୍ୟକ୍ତି ପରିତ୍ରାଣ ପାଇବା ପାଇଁ ସ୍ବଂୟ କରିପାରିବ | ଆମେ ସ୍ଵୟଂ ନିଜ ଉତ୍ତମତା ଦ୍ଵାରା ଈଶ୍ଵରଙ୍କୁ ସନ୍ତୁଷ୍ଟ କରିପାରିବା ନାହିଁ, କାରଣ ଆମେ ସମସ୍ତେ ପାପୀ ଅଟୁ (ଯିଶାୟ ୫୩:୬; ୬୪:୬-୭), ଆମକୁ ଆଉ କିଛି କରିବା ଆବଶ୍ୟକ ନୁହେଁ, କାରଣ ଖ୍ରୀଷ୍ଟ ସମସ୍ତ ସମ୍ପୂର୍ଣ୍ଣ କରିଅଛନ୍ତି | ଯେବେ ସେ କ୍ରୁଶରେ ଥିଲେ, ସେ କହିଲେ, “ସମାପ୍ତ ହେଲା “ (ଯୋହନ ୧୯:୩୦), ଅର୍ଥାତ୍ ଉଦ୍ଧାରର କାର୍ଯ୍ୟ ସମାପ୍ତ ହୋଇଅଛି |

ଖ୍ରୀଷ୍ଟିଆନ ଧର୍ମ ଅନୁସାରେ, ପରିତ୍ରାଣ ହେଉଛି ପୁରାତନ ସ୍ଵାଭାବରୁ ସ୍ଵାଧୀନତା ଓ ଈଶ୍ଵରଙ୍କ ସହ ଠିକ୍ ସମ୍ପର୍କ ରଖିବା | ଆମେ ଏକଦା ପାପର ଦାସ ଥିଲୁ, ବର୍ତ୍ତମାନ ଆମେ ଖ୍ରୀଷ୍ଟଙ୍କ ଦାସ ଅଟୁ (ରୋମୀୟ ୬:୧୫-୨୨) | ଯେତେଦିନ ବିଶ୍ଵାସୀମାନେ ଏହି ପାପମୟ ଶରୀରରେ ଏହି ଜଗତରେ ଜୀବିତ ଅଛନ୍ତି, ସେମାନେ ଅବିରତ ପାପ ସହ ସଂଗ୍ରାମ କରିବେ | ତଥାପି, ଖ୍ରୀଷ୍ଟିଆନ ପାପର ଯୁଦ୍ଧରେ ବିଜୟୀ ହୋଇପାରିବ, ଯଦି ସେ ଈଶ୍ଵରଙ୍କ ବାକ୍ୟକୁ ଜୀବନରେ ଅଧ୍ୟୟନ ଓ ପ୍ରୟୋଗ କରେ, ଏବଂ ପବିତ୍ର ଆତ୍ମାଙ୍କ ଦ୍ଵାରା ଚାଳିତ ହୁଏ ଯଥା- ଦୈନିକ ଜୀବନରେ ଆତ୍ମାଙ୍କ ବଶିଭୁତ ହେବା |

ତେଣୁ, ଅନ୍ୟାନ୍ୟ ଧର୍ମ, ଜଣେ ବ୍ୟକ୍ତିକୁ ଆନେକ “କର” ଓ “ନ କର” ବିଷୟ କରିବାକୁ କୁହେ କିନ୍ତୁ ଖ୍ରୀଷ୍ଟିଆନ୍ ଧର୍ମ କେବଲ ବିଶ୍ଵାସ କରିବାକୁ କୁହେ ଯେ ଯୀଶୁ ଖ୍ରୀଷ୍ଟଙ୍କ ଆମ ପାପ ପାଇଁ କ୍ରୁଶୀୟ ମୃତ୍ୟୁଭୋଗ କଲେ ଓ ମୃତ୍ୟୁରୁ ପୁନରୁଥାନ୍ ହୋଇଛନ୍ତି | ଆମ ପାପର ବେତନକୁ ପରିଶୋଧ କରାଯାଇଛି ଏବଂ ଈଶ୍ଵରଙ୍କ ସହ ଆମେ ସହଭାଗିତା କରିପାରିବା | ଆମେ ପାପ ସ୍ଵାଭାବ ଉପରେ ବିଜୟ ହାସଲ କରିପାରିବା ଏବଂ ଈଶ୍ଵରଙ୍କ ଆଜ୍ଞାବହ ହୋଇ ତାହାଙ୍କ ସହ ସହଭାଗିତା କରିପାରିବା | ତାହା ହିଁ ହେଉଛି ବାଇବାଲଭିତ୍ତିକ ଖ୍ରୀଷ୍ଟିଆନ ଧର୍ମ |

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ଖ୍ରୀଷ୍ଟିଆନ ଧର୍ମ କଅଣ ଏବଂ ଖ୍ରୀଷ୍ଟିଆନ କଅଣ ବିଶ୍ଵାସ କରେ?

© Copyright Got Questions Ministries