settings icon
share icon
ପ୍ରଶ୍ନ

ଏକ ଖ୍ରୀଷ୍ଟିୟ ବିଶ୍ବ ଦୃଷ୍ଟିକୋଣ କ'ଣ?

ଉତ୍ତର


ଏକ "ବିଶ୍ବ ଦୃଷ୍ଟିକୋଣ" ଏକ ନିର୍ଦ୍ଧିଷ୍ଟ ଅନ୍ତର୍ଦ୍ଦୃଷ୍ଟିରୁ ଜଗତର ଏକ ସମ୍ପୂର୍ଣ୍ଣ ଧାରଣାକୁ ସୂଚାଇଥାଏ । ତେବେ, ଏକ "ଖ୍ରୀଷ୍ଟିୟ ବିଶ୍ବ ଦୃଷ୍ଟିକୋଣ" ହେଉଛି ଖ୍ରୀଷ୍ଟିୟ ଅନ୍ତର୍ଦ୍ଦୃଷ୍ଟିରୁ ଜଗତର ଏକ ସମ୍ପୂର୍ଣ୍ଣ ଧାରଣା ଅଟେ । ଏକ ବ୍ୟକ୍ତିର ବିଶ୍ବ ଦୃଷ୍ଟିକୋଣ ହେଉଛି ତାହାର "ବଡ ଛବି", ଜଗତ ବିଷୟରେ ତା' ସମସ୍ତ ବିଶ୍ବାସର ଏକ ଐକ୍ୟବଦ୍ଧତା । ବାସ୍ତବତାକୁ ବୁଝିବାର ଏହା ତାହାର ଉପାୟ ଅଟେ । ଜଣକର ବିଶ୍ବ ଦୃଷ୍ଟିକୋଣ ଦୈନିକ ନିଷ୍ପତ୍ତି ନେବାର ଆଧାର ଅଟେ ଏବଂ ସେଇଥିଯୋଗୁଁ ଏହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଅଟେ ।

ଟେବୁଲ୍ ଉପରେ ଥିବା ଏପଲ୍ ଅନେକ ଲୋକଙ୍କ ଦ୍ବାରା ଦେଖାଯାଉଛି । ଜଣେ ଉଦ୍ଭିତବିତ୍ ଏହାକୁ ଦେଖି ଏହାର ଶ୍ରେଣୀ ବିଭାଗ କରେ । ଜଣେ କଳାକାର ସ୍ଥିର-ଜୀବନ ଦେଖେ ଏବଂ ଏହାର ଚିତ୍ର ଆଙ୍କେ । ଜଣେ ଦୋକାନୀ ଜିନିଷକୁ ଦେଖେ ଏବଂ ଏହାକୁ ତାଲିକାଭୁକ୍ତ କରେ । ଜଣେ ପିଲା ଏହାକୁ ମଧ୍ୟାହ୍ନ ଭୋଜନ ଦେଖି ଖାଇଥାଏ । ଆମେ ଯେକୌଣସି ପରିସ୍ଥିତିରେ ଦେଖୁ ତାହା ଆମେ ମୋଟାମୋଟି ଭାବରେ ଜଗତକୁ ଯେପରି ଦେଖୁ ସେପରି ଭାବେ ପ୍ରଭାବିତ ହୋଇଥାଏ । ଖ୍ରୀଷ୍ଟିୟାନ କିମ୍ବା ଅଣ-ଖ୍ରୀଷ୍ଟିୟାନର ପ୍ରତ୍ୟେକ ବିଶ୍ବ ଦୃଷ୍ଟିକୋଣ ଅନ୍ତତଃ ନିମ୍ନ ଲିଖିତ ତିନିଗୋଟି ପ୍ରଶ୍ନ ସହିତ ଜଡିତ:

(୧) ଆମେ କେଉଁଠାରୁ ଆସିଛୁ? (ଏବଂ ଆମେ କାହିଁକି ଏଠାରେ ରହିଛୁ?)
(୨) ଜଗତରେ କ'ଣ ଭୁଲ୍ ରହିଛି?
(୩) ଆମେ ଏହି ଭୁଲର କିପରି ଠିକ୍ ବ୍ୟବସ୍ଥା କରିପାରିବା?

ଆଜି ଏକ ପ୍ରଭାବଶାଳୀ ବିଶ୍ବ ଦୃଷ୍ଟିକୋଣ ହେଉଛି ପ୍ରକୃତିବାଦ, ଯାହା ଏହିପ୍ରକାରେ ତିନିଗୋଟି ପ୍ରଶ୍ନର ଉତ୍ତର ଦେଇଥାଏ: (୧) ଆମେ କୌଣସି ବାସ୍ତବ ଉଦ୍ଦେଶ୍ୟ ନ ଥାଇ ପ୍ରକୃତିର ଲକ୍ଷ୍ୟହୀନ କାର୍ଯ୍ୟର ଉତ୍ପାଦ ଅଟୁ । (୨) ଆମେ ପ୍ରକୃତିକୁ ଯେପରି ସମ୍ମାନ ଦେବା ଉଚିତ୍ ସେପରି ସମ୍ମାନ ଦେଉନାହୁଁ । (୩) ଆମେ ବିଶ୍ବକୁ ପରିବେଶ ବିଜ୍ଞାନ ଏବଂ ପରିବେଶ ସଂରକ୍ଷଣ ଦ୍ବାରା ରକ୍ଷା କରିପାରିବା । ଜଣେ ପ୍ରକୃତିବାଦୀର ବିଶ୍ବ ଦୃଷ୍ଟିକୋଣ ତତ୍ ସମ୍ପର୍କୀୟ ଅନେକ ତତ୍ତ୍ବ ଉତ୍ପନ୍ନ କରିଥାଏ ଯେପରିକି ନୈତିକ ଆପେକ୍ଷିତବାଦ, ସ୍ଥିତିବାଦ, ବାସ୍ତବବାଦ ଏବଂ ଆଦର୍ଶବାଦ ।

ଅପରପକ୍ଷରେ, ଏକ ଖ୍ରୀଷ୍ଟିୟ ବିଶ୍ବ ଦୃଷ୍ଟିକୋଣ ସେହି ତିନିଗୋଟି ପ୍ରଶ୍ନର ଉତ୍ତରକୁ ବାଇବଲ ସମ୍ମତରେ ଉତ୍ତର ଦେଇଥାଏ: (୧) ଆମେ ଈଶ୍ବରଙ୍କ ସୃଷ୍ଟି (ତାଙ୍କ ଦ୍ବାରା ନିର୍ମିତ), ଆମେ ପୃଥିବୀ ଉପରେ କର୍ତ୍ତୃକ କରିବା ଏବଂ ଈଶ୍ବରଙ୍କ ସହ ସହଭାଗୀତାରେ ରହିବା ନିମନ୍ତେ ପରିକଳ୍ପିତ ହୋଇ ସୃଷ୍ଟି ହୋଇଛୁ (ଆଦି ୧:୨୭-୨୮; ୨:୧୫) । (୨) ଆମେ ଈଶ୍ବରଙ୍କ ବିରୁଦ୍ଧରେ ପାପ କରିଅଛୁ ଏବଂ ସମଗ୍ର ଜଗତକୁ ପାପର ଅଭିଶାପରେ ରଖିଅଛୁ (ଆଦି ୩) । (୩) ଈଶ୍ବର ନିଜେ ତାଙ୍କ ପୁତ୍ର ଯୀଶୁଖ୍ରୀଷ୍ଟଙ୍କ ବଳିଦାନ ଦ୍ବାରା ଜଗତକୁ ଉଦ୍ଧାର କରିଅଛନ୍ତି (ଆଦି ୩:୧୫; ଲୂକ ୯:୧୦), ଏବଂ ଦିନେ ସୃଷ୍ଟିର ପ୍ରଥମ ଅବସ୍ଥାକୁ ପୁନଃସ୍ଥାପନ କରିବେ (ଯିଶାଇୟ ୬୫:୧୭-୨୫) । ଏକ ଖ୍ରୀଷ୍ଟିୟ ବିଶ୍ବ ଦୃଷ୍ଟିକୋଣ ଆମ୍ଭମାନଙ୍କୁ ନୈତିକ ସ୍ବତଃସିଦ୍ଧତା, ଆଶ୍ଚର୍ଯ୍ୟକର୍ମସକଳ, ମାନବ ମର୍ଯ୍ୟାଦା ଏବଂ ମୁକ୍ତିର ସମ୍ଭାବନାରେ ବିଶ୍ବାସ କରାଏ ।

ସ୍ମରଣ ରଖିବା ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଏକ ବିଶ୍ବ ଦୃଷ୍ଟିକୋଣ ହେଉଛି ବ୍ୟାପକ । ଏହା ଅର୍ଥରୁ ନୈତିକତା, ରାଜନୀତିରୁ କଳା ଏହିପରି ଜୀବନର ସମସ୍ତ ଅଞ୍ଚଳକୁ ପ୍ରଭାବିତ କରିଥାଏ । ପ୍ରକୃତ ଖ୍ରୀଷ୍ଟିୟମତବାଦ ହେଉଛି ମଣ୍ଡଳୀରେ ବ୍ୟବହାର କରିବାକୁ ଥିବା କେତେକ ଧାରଣାର ଏକ ଗୁଚ୍ଛରୁ ଅଧିକ କିଛି ଅଟେ । ବାଇବଲରେ ଯେପରି ଶିକ୍ଷା ଦିଆଯାଇଛି ଖ୍ରୀଷ୍ଟିୟମତବାଦ ନିଜେ ଏକ ବିଶ୍ବ ଦୃଷ୍ଟିକୋଣ । ବାଇବଲ କେବେବି ଏକ "ଧର୍ମଗତ" ଏବଂ ଏକ "ନିରପେକ୍ଷ" ଜୀବନ ମଧ୍ୟରେ ଭିନ୍ନତ ଦେଖେନାହିଁ; ଖ୍ରୀଷ୍ଟିୟ ଜୀବନ ହିଁ ଏକମାତ୍ର ଅର୍ଥପୂର୍ଣ୍ଣ ଜୀବନ । ଯୀଶୁ ନିଜେ ଘୋଷଣା କରନ୍ତି ଯେ ସେ ନିଜେ ହିଁ "ପଥ, ସତ୍ୟ ଓ ଜୀବନ" (ଯୋହନ ୧୪:୬) ଏବଂ ଏହା କରିବା ଦ୍ବାରା ଆମ୍ଭମାନଙ୍କର ବିଶ୍ବ ଦୃଷ୍ଟିକୋଣ ହୋଇଛି ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ଏକ ଖ୍ରୀଷ୍ଟିୟ ବିଶ୍ବ ଦୃଷ୍ଟିକୋଣ କ'ଣ?
© Copyright Got Questions Ministries