settings icon
share icon
ପ୍ରଶ୍ନ

ଖ୍ରୀଷ୍ଟିୟ ଦଶମାଂଶ ବିଷୟରେ ବାଇବଲ କ’ଣ କୁହେ?

ଉତ୍ତର


ଅନେକ ଖ୍ରୀଷ୍ଟିୟାନ ଦଶମାଂଶ ଦେବା ବିଷୟରେ ସଂଘର୍ଷ କରନ୍ତି । କେତେକ ମଣ୍ଡଳୀରେ ଦାନ ଦେବା ବିଷୟକୁ ଅତିଶୟ ଗୁରୁତ୍ଵ ଦିଆଯାଇଥାଏ । ତତସଙ୍ଗେ, ସହିତ ଅନେକ ବିଶ୍ଵାସୀ ପ୍ରଭୁଙ୍କୁ ଦାନ ଦେବା ବିଷୟରେ ବାଇବଲର ଆଜ୍ଞା ପ୍ରତି ସମର୍ପିତ ହେବାକୁ ଅଗ୍ରାହ୍ୟ କରିଥାନ୍ତି । ଦଶମାଂଶ/ଦାନ ଦେବାର ଉଦ୍ଦେଶ୍ୟ ଆନନ୍ଦ ଓ ଆଶୀର୍ବାଦ ନିମନ୍ତେ ରହିଛି । ଦୁଃଖର ବିଷୟ ଯେ, ବର୍ତ୍ତମାନ ସମୟରେ ମଣ୍ଡଳୀରେ ସେପରି ହୋଇନଥାଏ ।

ଦଶମାଂଶ ଦେବା ହେଉଛି ପୁରାତନ ନିୟମରେ ଥିବା ଏକ ଧାରଣା । ଦଶମାଂଶ ଦେବା ବ୍ୟବସ୍ଥାର ଏକ ଆବଶ୍ୟକତା ଥିଲା ଯେଉଁଠି ଇଶ୍ରାୟେଲୀୟମାନେ ସେମାନଙ୍କ ଶଷ୍ୟ ଓ ପାଳନ କରୁଥିବା ପଶୁର ଶତକଡ଼ା ୧୦ ଭାଗ ସମାଗମ ତମ୍ବୁ/ମନ୍ଦିରକୁ ଦେଉଥିଲେ (ଲେବୀୟ ୨୭:୩୦; ଗଣନା ୧୮:୨୬ ; ଦ୍ଵିତୀୟ ବିବରଣ ୧୪:୨୪ ; ୨ବଂଶାବଳୀ ୩୧:୫) । ପ୍ରକୃତରେ, ପୁରାତନ ନିୟମରେ ଥିବା ବ୍ୟବସ୍ଥା ଅନେକ ବିଷୟର ଦଶମାଂଶ ଆବଶ୍ୟକ କରୁଥିଲା – ଲେବୀୟମାନଙ୍କ ପ୍ରତି ଗୋଟିଏ, ଆଉ ଗୋଟିଏ ମନ୍ଦିର ଓ ଭୋଜ ନିମନ୍ତେ, ଆଉ ଏକ ହେଲା ଦେଶରେ ଥିବା ଦରିଦ୍ରମାନଙ୍କ ପାଇଁ – ଯାହା ପାଖାପାଖି ଶତକଡା ୨୩.୩ ଭାଗ ହେଉଥିଲା । ପୁରାତନ ନିୟମରେ ଥିବା ଦଶମାଂଶ ବ୍ୟବସ୍ଥାକୁ କିଛି ବ୍ୟକ୍ତି ବଳିଦାନ କାର୍ଯ୍ୟରେ ଯାଜକ ଓ ଲେବୀୟମାନଙ୍କର ଆବଶ୍ୟକତା ନିମନ୍ତେ ଦେବା ପାଇଁ କର ଆଦାୟର ପଦ୍ଧତି ବୋଲି ବୁଝୁଥିଲେ।

ନୂତନ ନିୟମର କୌଣସି ସ୍ଥାନରେ ଖ୍ରୀଷ୍ଟିୟାନମାନଙ୍କୁ ଆଇନଗତ ବା ବାଧ୍ୟତାମୂଳକ ଭାବରେ ଦଶମାଂଶ ଦେବା ପାଇଁ ଆଦେଶ ଦିଆଯାଇନାହିଁ କିମ୍ବା ଉତ୍ସାହିତ ମଧ୍ୟ କରାଯାଇନାହିଁ । ନୂତନ ନିୟମର କୌଣସି ସ୍ଥାନରେ ମଧ୍ୟ ଜଣେ ବ୍ୟକ୍ତି ତା’ ଆୟର କିଛି ଅଂଶ ଦାନ ନିମନ୍ତେ ପୃଥକ୍‍ କରି ରଖିବା ନିମନ୍ତେ ଉଲ୍ଲେଖ କରାଯାଇନାହିଁ, କିନ୍ତୁ ନିଜ ଆୟର “ସୁବିଧା ଅନୁସାରେ ସଞ୍ଚୟ କରି ରଖିବା” (୧ କରିନ୍ଥୀୟ ୧୬:୨) ନିମନ୍ତେ କୁହାଯାଇଛି । କେତେକ ଖ୍ରୀଷ୍ଟିୟ ମଣ୍ଡଳୀରେ କିଛି ବ୍ୟକ୍ତି ପୁରାତନ ନିୟମରେ ଥିବା ଦଶମାଂଶର ନିୟମ ବର୍ତ୍ତମାନ ସମୟରେ ମଧ୍ୟ ଖ୍ରୀଷ୍ଟିୟାନମାନଙ୍କ ଦାନ ଦେବାରେ ଲାଗୁ ହୁଏ ବୋଲି କୁହନ୍ତି ।

ନୂତନ ନିୟମ ଦାନ ଦେବାର ଗୁରୁତ୍ଵ ଓ ଏହାର ଲାଭ ବିଷୟରେ କହିଥାଏ । ଆମେ ଯେତେ ସକ୍ଷମ ଅଟୁ ସେହି ଅନୁସାରେ ଦାନ ଦେବା ଆବଶ୍ୟକ । ବେଳେବେଳେ ତାହା ୧୦ ଭାଗରୁ ଅଧିକ ଦେବା ବୁଝାଏ; ବେଳେବେଳେ ତାହା ଦଶଭାଗରୁ ମଧ୍ୟ କମ୍‍ ଦେବାକୁ ବୁଝାଏ । ଏହି ସମସ୍ତ ଖ୍ରୀଷ୍ଟିୟାନର ସକ୍ଷମତା ଓ ମଣ୍ଡଳୀର ଆବଶ୍ୟକତା ଉପରେ ନିର୍ଭର କରେ । ପ୍ରତ୍ୟେକ ଖ୍ରୀଷ୍ଟିୟାନ ଦଶମାଂଶ ଦେବା ଏବଂ/କିମ୍ବା କେତେ ଦେବାକୁ ପଡ଼ିବ ତତ୍ପରତା ସହକାରେ ପ୍ରାର୍ଥନା କରିବା ଓ ଈଶ୍ଵରଙ୍କଠାରୁ ବୁଦ୍ଧି ଲୋଡ଼ିବା ଆବଶ୍ୟକତା ରହିଛି (ଯାକୁବ୧:୫) । ସର୍ବୋଉପରେ, ସମସ୍ତ ଦଶମାଂଶ ଓ ଦାନ ଶୁଦ୍ଧ ମନୋଭାବ ଓ ଈଶ୍ଵରଙ୍କ ଉପାସନା କରିବା ଓ ଖ୍ରୀଷ୍ଟଙ୍କ ଶରୀରର ସେବା ପାଇଁ ଦେବା ଉଚିତ । “ପ୍ରତ୍ୟେକ ଜଣ ଆପଣା ହୃଦୟରେ ଯେପରି ସଂକଳ୍ପ କରିଅଛି, ସେହିପରି କରୁ, କୁଣ୍ଠିତ ଭାବରେ ନୁହେଁ ଅବା ବାଧ୍ୟବାଧକତା ହେତୁରୁ ନୁହେଁ; କାରଣ ଈଶ୍ବର ହୃଷ୍ଟଚିତ୍ତ ଦାତାକୁ ଭଲ ପାଆନ୍ତି (୨ କରିନ୍ଥୀୟ ୯:୭) ।”

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ଖ୍ରୀଷ୍ଟିୟ ଦଶମାଂଶ ବିଷୟରେ ବାଇବଲ କ’ଣ କୁହେ?
© Copyright Got Questions Ministries