ଜଣେ ଖ୍ରୀଷ୍ଟିୟାନ ବ୍ୟାୟମ କରିବା ଉଚିତ୍ କି? ସ୍ବାସ୍ଥ୍ୟ ବିଷୟରେ ବାଇବଲ କ'ଣ କୁହେ?


ପ୍ରଶ୍ନ: ଜଣେ ଖ୍ରୀଷ୍ଟିୟାନ ବ୍ୟାୟମ କରିବା ଉଚିତ୍ କି? ସ୍ବାସ୍ଥ୍ୟ ବିଷୟରେ ବାଇବଲ କ'ଣ କୁହେ?

ଉତ୍ତର:
ଜୀବନରେ ଅନେକ ବିଷୟ ପରି ବ୍ୟାୟାମ କ୍ଷେତ୍ରରେ ମଧ୍ୟ ସୀମା ରହିଛି | କିଛି ଲୋକ ସେମାନଙ୍କ ଭୌତିକ ଶରୀରକୁ ଅବହେଳା କରି ସମ୍ପୂର୍ଣ୍ଣରୂପେ ଆଧ୍ୟାତ୍ମିକତା ଉପରେ ଦୃଷ୍ଟି କେନ୍ଦ୍ରୀଭୂତ କରନ୍ତି | ଅନ୍ୟମାନେ ସେମାନଙ୍କର ଭୌତିକ ଶରୀରର ଆକାର ଓ ଗଠନରେ ଏପରି ମାତ୍ରରେ ଦୃଷ୍ଟି ନିବଦ୍ଧ କରନ୍ତି ଯେ, ସେମାନେ ଆଧ୍ୟାତ୍ମିକ ବୃଦ୍ଧି ଓ ପରିପକ୍ବତାକୁ ଭୁଲି ଯାଆନ୍ତି | ଏହି ଦୁଇଟି ମଧ୍ୟରୁ କୌଣସିଟି ବି ସନ୍ତୁଳନ ଅବସ୍ଥାରେ ନାହାନ୍ତି | ପ୍ରଥମ ତିମଥି ୪:୮ ଆମ୍ଭମାନଙ୍କୁ ଜଣାଏ, "କାରଣ ଶାରିରୀକ ବ୍ୟାୟାମ ଅଳ୍ପ ବିଷୟରେ ଲାଭଜନକ, କିନ୍ତୁ ଈଶ୍ବର ପରାୟଣତା ଇହକାଳ ଓ ପରକାଳରେ ପ୍ରତିଜ୍ଞାଯୁକ୍ତ ହୋଇ ସମସ୍ତ ବିଷୟରେ ଲାଭଜନକ ଅଟେ |" ଲକ୍ଷ୍ୟ କରନ୍ତୁ ଯେ, ଏହି ପଦ ବ୍ୟାୟାମର ଆବଶ୍ୟକତାକୁ ରଦ୍ଦ କରେନାହିଁ | ବରଂ, ଏହା କୁହେ ଯେ ବ୍ୟାୟାମର ମୂଲ୍ୟ ଅଛି, କିନ୍ତୁ ଏହା ବ୍ୟାୟାମକୁ ସଠିକ୍ ଭାବେ ଅଗ୍ରାଧିକାର ଦେଇ କୁହେ ଯେ, ଈଶ୍ବରପରାୟଣତା ବ୍ୟାୟାମଠାରୁ ଆହୁରି ଅଧିକ ଗୁଣର ମୂଲ୍ୟବାନ୍ |

ପ୍ରେରିତ ପାଉଲ ମଧ୍ୟ ୧କରିନ୍ଥୀୟ ୯:୨୪-୨୭ରେ ଆତ୍ମିକ ସତ୍ୟତାକୁ ବ୍ୟାଖ୍ୟା କରିବା ସମୟରେ ଶାରିରୀକ ତାଲିମ ବିଷୟରେ ଉଲ୍ଲେଖ କରନ୍ତି | ସେ ଖ୍ରୀଷ୍ଟିୟାନ ଜୀବନକୁ ଏକ ଦୌଡ ପ୍ରତିଯୋଗିତା ସହ ତୁଳନା କରିଛନ୍ତି ଯେଉଁଠି ଆମେ "ପୁରସ୍କାର ପାଇବା ନିମନ୍ତେ ଦୌଡୁ" | କିନ୍ତୁ ଆମେ ଅନ୍ବେଷଣ କରୁଥିବା ପୁରସ୍କାର ହେଉଛି ଏକ ଅନନ୍ତକାଳୀନ ମୁକୁଟ ଯାହା ନିଷ୍ପ୍ରଭ କିମ୍ବା ମ୍ଳାନ ହେବନାହିଁ | ୨ତିମଥି ୨:୫ରେ ପାଉଲ କୁହନ୍ତି "ଆହୁରି ମଧ୍ୟ ଯଦି ଜଣେ ଲୋକ କ୍ରୀଡାରେ ପ୍ରତିଦ୍ବନ୍ଦିତା କରେ, ସେ ନିୟମାନୁସାରେ ତାହା ନ କଲେ ମୁକୁଟ ପ୍ରାପ୍ତ ହୁଏନାହିଁ |" ପାଉଲ ପୁନଶ୍ଚ ୨ତିମଥି ୪:୭ରେ ଏକ କ୍ରୀଡାର ରୂପକ ବ୍ୟବହାର କରି କୁହନ୍ତି: "ମୁଁ ଉତ୍ତମ ଯୁଦ୍ଧରେ ପ୍ରାଣପଣ କରିଅଛି, ନିରୂପିତ ପଥର ଶେଷ ପର୍ଯ୍ୟନ୍ତ ଦୌଡିଅଛି, ମୁଁ ବିଶ୍ବାସ ରକ୍ଷା କରିଅଛି;" ଯେତେବେଳେ ଏହି ସମସ୍ତ ଶାସ୍ତ୍ରର ଦୃଷ୍ଟି ନିକ୍ଷେପ ଶାରିରୀକ ବ୍ୟାୟାମ ନୁହେଁ, ଏଠାରେ ଘଟନାଟି ହେଉଛି ଯେ ପାଉଲ ଆତ୍ମିକ ସତ୍ୟତାକୁ ଶିକ୍ଷା ଦେବା ନିମନ୍ତେ କ୍ରୀଡାର ଶବ୍ଦ ବ୍ୟବହାର କରିବା ଦର୍ଶାଏ ଯେ, ପାଉଲ ଶାରିରୀକ ବ୍ୟାୟାମ ଏବଂ ଏପରିକି ପ୍ରତିଯୋଗୀତାକୁ ଏକ ସାକାରାତ୍ମକ ଦୃଷ୍ଟିକୋଣରେ ଦେଖିଛନ୍ତି | ଆମେ ଉଭୟ ଶାରିରୀକ ଏବଂ ଆତ୍ମିକ ବ୍ୟକ୍ତି ଅଟୁ | ବାଇବଲ ଅନୁଯାୟୀଅ କହିବାକୁ ଗଲେ ଯେତେବେଳେ ଆମ ବ୍ୟକ୍ତିତ୍ବର ଆତ୍ମିକ ଦିଗ ଅଧିକ ଗୁରୁତ୍ବପୂର୍ଣ୍ଣ, ଆମେ ଆମ ସ୍ବାସ୍ଥ୍ୟର ଆତ୍ମିକ କିମ୍ବା ଶାରିରୀକ ଦିଗକୁ ଅବହେଳା କରିବା ଉଚିତ୍ ନୁହେଁ |

ତେଣୁ, ସ୍ବଷ୍ଟ ଭାବରେ ଦେଖିଲେ ଜଣେ ଖ୍ରୀଷ୍ଟିୟାନ (ଶାରିରୀକ) ବ୍ୟାୟାମ କରିବାରେ କିଛି ଭୁଲ୍ ନାହିଁ | ବାସ୍ତବରେ, ବାଇବଲ ସ୍ବଷ୍ଟ ଅଟେ ଯେ, ଆମେ ଆମ ଶରୀରର ଉତ୍ତମ ଯତ୍ନ ନେବା ଉଚିତ୍ (୧କରିନ୍ଥୀୟ ୬:୧୯-୨୦) | ଠିକ୍ ସେହି ସମୟରେ, ବାଇବଲ ବୃଥାଗର୍ବ ବିଷୟରେ ସତର୍କ କରାଇଦିଏ (୧ଶାମୁୟେଲ୍ ୧୬:୭; ହିତୋପଦେଶ ୩୧:୩୦; ୧ପିତର ୩:୩-୪) | ବ୍ୟାୟାମରେ ଆମର ଲକ୍ଷ୍ୟ ଏପରି ହେବା ଉଚିତ୍ ନୁହେଁ ଯେ - ଆମେ ଆମ ଶରୀରର ଗୁଣକୁ ଏପରି ସମୃଦ୍ଧି କରିବା ଯେପରିକି ଅନ୍ୟ ଲୋକମାନେ ତାହା ଦେଖି ଆମକୁ ପ୍ରଶଂସା କରିବେ | ବରଂ, ବ୍ୟାୟାମର ଲକ୍ଷ୍ୟ ଏପରି ହେବା ଉଚିତ୍ - ଆମେ ଆମର ଶାରିରୀକ ସ୍ବାସ୍ଥ୍ୟକୁ ଏପରି ଭାବରେ ବିକାଶ କରିବା ଯେପରିକି ଆତ୍ମିକ ଲକ୍ଷ୍ୟଗୁଡିକ ପ୍ରତି ଆମର ପ୍ରତିବଦ୍ଧତା ପ୍ରତି ଅବଶ୍ୟକୀୟ ଶାରିରୀକ ଶକ୍ତି ଆମ ନିକଟରେ ଯଥେଷ୍ଟ ରହିବ |



ଓଡିଆ ହୋମ୍ ପେଜକୁ ପ୍ରତ୍ୟାବର୍ତ୍ତନ କରନ୍ତୁ



ଜଣେ ଖ୍ରୀଷ୍ଟିୟାନ ବ୍ୟାୟମ କରିବା ଉଚିତ୍ କି? ସ୍ବାସ୍ଥ୍ୟ ବିଷୟରେ ବାଇବଲ କ'ଣ କୁହେ?