ବାଇବଲ ଅଧ୍ୟୟନ କରିବା ନିମନ୍ତେ ସଠିକ୍ ଉପାୟ କ'ଣ?



ପ୍ରଶ୍ନ: ବାଇବଲ ଅଧ୍ୟୟନ କରିବା ନିମନ୍ତେ ସଠିକ୍ ଉପାୟ କ'ଣ?

ଉତ୍ତର:
ଏହି ଜୀବନରେ ଜଣେ ବିଶ୍ବାସୀଙ୍କର ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟଭାରଗୁଡିକ ମଧ୍ୟରୁ ଗୋଟିଏ ହେଉଛି ଶାସ୍ତ୍ରର ଅର୍ଥ ନିର୍ଦ୍ଧାରଣ କରିବା | ଈଶ୍ବର ଆମ୍ଭମାନଙ୍କୁ କୁହନ୍ତି ନାହିଁ ଯେ, ଆମେ କେବଳ ସାଧାରଣ ଭାବରେ ବାଇବଲକୁ ପଠନ କରିବା ଉଚିତ୍ | ଆମେ ଏହାକୁ ନିହାତି ଅଧ୍ୟୟନ କରି ସଠିକ୍ ଭାବେ ଉପଯୋଗ କରିବାକୁ ପଡିବ (୨ତିମଥି ୨:୧୫) | ଶାସ୍ତ୍ର ଅଧ୍ୟୟନ କରିବା ଏକ କଠିନ କାର୍ଯ୍ୟ ଅଟେ | ଶାସ୍ତ୍ରର ଏକ ଉପରଠାଉରିଆ ବା ସଂକ୍ଷିପ୍ତ ତୀର୍ଯ୍ୟକ୍ ନିରୀକ୍ଷଣ ବେଳେବେଳେ ଅତି ଭୁଲ୍ ସିଦ୍ଧାନ୍ତରେ ପହଞ୍ଚାଇଥାଏ | ଅତଏବ, ଶାସ୍ତ୍ରର ସଠିକ୍ ଅର୍ଥ ନିର୍ଦ୍ଧାରଣ କରିବା ନିଅନ୍ତେ ଥିବା ଅନେକ ନୀତିକୁ ବୁଝିବା ଅତି ଗୁରୁତ୍ବପୂର୍ଣ୍ଣ ଅଟେ |

ପ୍ରଥମ, ବାଇବଲ ଛାତ୍ର ବୋଧଜ୍ଞାନ ନିମନ୍ତେ ପବିତ୍ରଆତ୍ମାଙ୍କୁ ପ୍ରାର୍ଥନାରେ ନିହାତି ପ୍ରାର୍ଥନା କରି ମାଗିବା ଉଚିତ୍, କାରଣ ଏହା ତାହାର କାର୍ଯ୍ୟଗୁଡିକ ମଧ୍ୟରୁ ଗୋଟିଏ | "କିନ୍ତୁ ସେ, ଅର୍ଥାତ୍ ସତ୍ୟମୟ ଆତ୍ମା ଆସିଲେ ସେ ପଥ ଦେଖାଇ ତୁମ୍ଭମାନଙ୍କୁ ସମସ୍ତ ସତ୍ୟରେ ପ୍ରବେଶ କରାଇବେ, କାରଣ ସେ ଆପଣାଠାରୁ କଥା କହିବେନାହିଁ, ମାତ୍ର ଯାହା ଯାହା ଶୁଣିବେ, ସେହିସବୁ କହିବେ, ପୁଣି ଆଗାମୀ ବିଷୟସବୁ ତୁମ୍ଭମାନଙ୍କୁ ଜଣାଇବେ " (ଯୋହନ ୧୬:୧୩) | ଠିକ୍ ଯେପରି ପବିତ୍ରଆତ୍ମା ନୂତନ ନିୟମ ଲେଖାସକଳ ଲେଖିବା ନିମନ୍ତେ ଚାଳନା ଦେଲେ, ସେ ବର୍ତ୍ତମାନ ଆମ୍ଭମାନଙ୍କୁ ଶାସ୍ତ୍ରର ବୋଧଜ୍ଞାନ ନିମନ୍ତେ ଚାଳନା ଦିଅନ୍ତି | ସ୍ମରଣ ରଖନ୍ତୁ ଯେ, ବାଇବଲ୍ ଈଶ୍ବରଙ୍କ ପୁସ୍ତକ ଅଟେ ଏବଂ ଏହା କ'ଣ ବୁଝାଏ ତାହା ତାଙ୍କୁ ପଚାରିବା ଆବଶ୍ୟକ | ଯଦି ଆପଣ ଜଣେ ଖ୍ରୀଷ୍ଟିୟାନ ଅଟନ୍ତି, ପବିତ୍ରଆତ୍ମା, ଯିଏକି ଶାସ୍ତ୍ରର ପ୍ରକୃତ ଲେଖକ ଅଟନ୍ତି, ସେ ଆପଣଙ୍କ ଅନ୍ତରରେ ବାସ କରନ୍ତି, ଏବଂ ସେ ଯାହା ଯାହ ଲେଖିଛନ୍ତି ସେସବୁକୁ ଆପଣ ବୁଝନ୍ତୁ ବୋଲି ସେ ଚାହାନ୍ତି |

ଦ୍ବିତୀୟତଃ, ପଦଗୁଡିକ ଦ୍ବାରା ଆବଦ୍ଧ ଏକ ଶାସ୍ତ୍ରାଂଶକୁ ସେଥିରୁ ବାହାର କରି ପ୍ରସଙ୍ଗ ବହିର୍ଭୁକ୍ତ ଅର୍ଥ ନିର୍ଦ୍ଧାରଣ କରିବାର ଚେଷ୍ଟା କରିବା ଉଚିତ୍ ନୁହେଁ | ପ୍ରସଙ୍ଗକୁ ଚିହ୍ନି ପାରିବା ନିମନ୍ତେ ଆମେ ସର୍ବଦା ଚାରିପାର୍ଶ୍ବରେ ଥିବା ପଦଗୁଡିକ ଏବଂ ଅଧ୍ୟାୟ ଗୁଡିକ ପାଠ କରିବା ଉଚିତ୍ | ଯେତେବେଳେ ସମସ୍ତ ଶାସ୍ତ୍ର ଈଶ୍ବରଙ୍କ ନିକଟରୁ ଆସେ (୨ତିମଥି ୩:୧୬; ୨ପିତର ୧:୨୧), ଈଶ୍ବର ମନୁଷ୍ୟମାନଙ୍କୁ ଏସବୁ ଲେଖିବା ନିମନ୍ତେ ବ୍ୟବହାର କଲେ | ଏହି ଲୋକମାନଙ୍କର ମନରେ ଏକ ବିଷୟବସ୍ତୁ ରହିଥିଲା, ଲେଖିବା ନିମନ୍ତେ ଏକ ଉଦ୍ଦେଶ୍ୟ ଥିଲା, ଏବଂ ସେମାନେ ଯାହାଙ୍କୁ ଲେଖୁଥିଲେ ସେମାନଙ୍କର ନିର୍ଦ୍ଧିଷ୍ଟ ସମାସ୍ୟା ଥିଲା |ଏକ ପୁସ୍ତକକୁ କିଏ ଲେଖିଥିଲେ, ଏହା କାହାକୁ ଲେଖାଯାଇଥିଲା, ଏହା କେତେବେଳେ ଲିଖିତ ହୋଇଥିଲା ଏବଂ ଏହା କାହିଁକି ଲେଖାଯାଇଥିଲା ତାହା ଜାଣିବା ନିଅନ୍ତେ ଆମେ ବାଇବଲର ପୃଷ୍ଠଭୂମିକୁ ପଠନ କରିବା ଉଚିତ୍ | ପୁଣି, ଶାସ୍ତ୍ର ନିଜେ କହିବା ନିମନ୍ତେ ଦେବା ଉଚିତ୍ | ବେଳେବେଳେ ଲୋକମାନେ ସେମାନଙ୍କ ଇଛାନୁଯାୟୀ ଶାସ୍ତ୍ରକୁ ବ୍ୟାଖ୍ୟ କରିବା ନିମନ୍ତେ କେତେକ ଶବ୍ଦକୁ ସେମାନଙ୍କର ନିଜର ଅର୍ଥ ଦେଇ ନ୍ୟସ୍ତ କରିଥାନ୍ତି |

ତୃତୀୟ, ଆମ ବାଇବଲ ପଠନରେ ଆମେ ସମ୍ପୂର୍ଣ୍ଣରୂପେ ସ୍ବାଧୀନ ହେବାକୁ ଚେଷ୍ଟା କରିବା ଉଚିତ୍ ନୁହେଁ | ଯେଉଁମାନେ ଶାସ୍ତ୍ର ଅଧ୍ୟୟନ କରିଛନ୍ତି ସେପରି ବ୍ୟକ୍ତିମାନଙ୍କର ଜୀବନବ୍ୟାପୀ କାର୍ଯ୍ୟ ମାଧ୍ୟମରେ ଯେ ଆମେ ବୋଧ ପାଇ ପାରିବାନାହିଁ ସେପରି ଭାବିବା ଅହଂକାର ଅଟେ | କେତେକ ବ୍ୟକ୍ତି ଭୁଲ୍ ରେ କେବଳ ପବିତ୍ରଆତ୍ମାଙ୍କଠାରେ ନିର୍ଭର କଲେ ଯେ ସେମାନେ ଶାସ୍ତ୍ରର ସମସ୍ତ ଗୁପ୍ତ ସତ୍ୟତାକୁ ଆବିଷ୍କାର କରିପାରିବେ ସେପରି ଭାବନା ସହ ବାଇବଲ ଅଧ୍ୟୟନ କରନ୍ତି | ପବିତ୍ରଆତ୍ମାଙ୍କୁ ପ୍ରଦାନ କରିବା ସମୟରେ ଖ୍ରୀଷ୍ଟ ତାଙ୍କ ଶରୀରକୁ ଆତ୍ମିକ ଦାନ ସକଳ ପ୍ରଦାନ କରିଥିଲେ | ଏହି ସମସ୍ତ ଦାନ ମଧ୍ୟରୁ ଗୋଟିଏ ହେଉଛି ଶିକ୍ଷା ଦେବା (ଏଫିସୀୟ ୪:୧୧-୧୨; ୧କରିନ୍ଥୀୟ ୧୨:୨୮) | ଶାସ୍ତ୍ରକୁ ସଠିକ୍ ଭାବେ ବୁଝିବା ଏବଂ ଏହାର ବାଧ୍ୟ ହେବା ନିମନ୍ତେ ଏହି ସମସ୍ତ ଶିକ୍ଷକମାନେ ପ୍ରଭୁଙ୍କ ଦ୍ବାରା ଆମ୍ଭମାନଙ୍କୁ ଦତ୍ତ ହୋଇଅଛନ୍ତି |

ତେଣୁ, ସାରାଂଶରେ ବାଇବଲ ଅଧ୍ୟୟନ କରିବା ନିମନ୍ତେ ସଠିକ୍ ଉପାୟ କ'ଣ? ପ୍ରଥମେ, ପ୍ରାର୍ଥନା ଏବଂ ନମ୍ରତା ଦ୍ବାରା ଆମେ ଆମ୍ଭମାନଙ୍କୁ ବୋଧଜ୍ଞାନ ଦେବା ନିମନ୍ତେ ପବିତ୍ରଆତ୍ମାଙ୍କ ଉପରେ ନିର୍ଭର କରିବାକୁ ପଡିବ | ଦ୍ବିତୀୟ, ଆମେ ଶାସ୍ତ୍ରକୁ ଏହାର ପ୍ରସଙ୍ଗରେ ବାଇବଲ ଏହାକୁ ନିଜେ ବ୍ୟାଖ୍ୟା କରିବାକୁ ଛାଡି ଦେଇ ଶାସ୍ତ୍ର ଅଧ୍ୟୟନ କରିବା ଉଚିତ୍ | ତୃତୀୟ, ପୂର୍ବର ଓ ବର୍ତ୍ତମାନର ଖ୍ରୀଷ୍ଟିୟାନ, ଯେଉଁମାନେ କି ସଠିକ୍ ଭାବେ ବାଇବଲ୍ ଅଧ୍ୟୟନ କରିବାର ପ୍ରୟାସ କରିଥିଲେ ସେପରି ଖ୍ରୀଷ୍ଟିୟାନମାନଙ୍କ ପ୍ରଚେଷ୍ଟାକୁ ସମ୍ମାନ ଦେବା ଉଚିତ୍ | ସ୍ମରଣରେ ରଖନ୍ତୁ ଯେ, ଈଶ୍ବର ବାଇବଲର ଲେଖକ ଅଟନ୍ତି, ଏବଂ ସେ ଚାହାନ୍ତି ଯେପରି ଆମେ ଏହା ବୁଝୁ |



ଓଡିଆ ହୋମ୍ ପେଜକୁ ପ୍ରତ୍ୟାବର୍ତ୍ତନ କରନ୍ତୁ



ବାଇବଲ ଅଧ୍ୟୟନ କରିବା ନିମନ୍ତେ ସଠିକ୍ ଉପାୟ କ'ଣ?