settings icon
share icon
ପ୍ରଶ୍ନ

କିଏ ଯୀଶୁ ଖ୍ରୀଷ୍ଟଙ୍କ ବାର(୧୨) ଶିଷ୍ୟ / ପ୍ରେରିତ ଥିଲେ?

ଉତ୍ତର


"ଶିଷ୍ୟ" ଶବ୍ଦଟି ଶିକ୍ଷାର୍ଥୀ ବା ଅନୁଗାମୀକୁ ବୁଝାଏ । "ପ୍ରେରିତ" ଶବ୍ଦର ଅର୍ଥ ହେଉଛି ଯାହାଙ୍କୁ ପ୍ରେରଣ କରାଯାଉଛି । ଯୀଶୁ ପୃଥିବୀରେ ଥିଲା ସମୟରେ, ତାଙ୍କ ବାରଜଣ ଅନୁଗାମୀଗଣଙ୍କୁ ଶିଷ୍ୟ କୁହାଯାଉଥିଲା । ସେହି ବାରଜଣ ଶିଷ୍ୟ ଯୀଶୁଙ୍କର ଅନୁଗମନ କଲେ, ତାଙ୍କ ନିକଟରୁ ଶିଖିଲେ, ଏବଂ ତାଙ୍କ ଦ୍ବାରା ତାଲିମ ପ୍ରାପ୍ତ ହେଲେ । ଯୀଶୁଙ୍କ ପୁନରୁତ୍ଥାନ ଏବଂ ସ୍ବର୍ଗାରୋହଣ ପରେ ଯୀଶୁ ତାଙ୍କ ଶିଷ୍ୟମାନଙ୍କୁ ସାକ୍ଷୀ ହେବା ନିମନ୍ତେ ପ୍ରେରଣ କଲେ (ମାଥିଉ ୨୮:୧୮-୨୦; ପ୍ରେରିତ ୧:୮) । ସେମାନେ ତା'ପରେ ବାର ପ୍ରେରିତ ଭାବରେ ସୂଚିତ ହେଲେ । ଅଥଚ, ଏପରିକି ଯୀଶୁ ଏହି ପୃଥିବୀରେ ଥିଲା ସମୟରେ ସୁଦ୍ଧା, "ଶିଷ୍ୟଗଣ" ଏବଂ "ପ୍ରେରିତଗଣ"ଙ୍କୁ ପରସ୍ପର ଅଦଳବଦଳ ଭାବରେ ବ୍ୟବହାର କରାଯାଉଥିଲା ।

ମୂଳ ବାରଜଣ ଶିଷ୍ୟ / ପ୍ରେରିତଙ୍କୁ ମାଥିଉ ୨୦:୨-୪ରେ ତାଲିକାଭୁକ୍ତ କରାଯାଇଛି, "ସେହି ଦ୍ବାଦଶ ପ୍ରେରିତଙ୍କର ନାମ ଏହି, ପ୍ରଥମରେ ଶିମୋନ, ଯାହାଙ୍କୁ ପିତର ବୋଲି କହନ୍ତି, ଆଉ ତାଙ୍କ ଭ୍ରାତା ଆନ୍ଦ୍ରିୟ, ଜେବଦିଙ୍କ ପୁତ୍ର ଯାକୁବ ଓ ତାଙ୍କ ଭ୍ରାତା ଯୋହନ, ଫିଲିପ ଓ ବାର୍ଥଲମୀ, ଥୋମା ଓ କରଗ୍ରାହୀ ମାଥିଉ, ଆଲଫିଙ୍କ ପୁତ୍ର ଯାକୁବ ଓ ଥଦ୍ଦୀୟ, କିଣାନୀୟ ଶିମୋନ ଓ ଈଷ୍କରିୟୋତୀୟ ଯିହୂଦା, ଯେ ଯୀଶୁଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କଲା । ବାଇବଲ ମାର୍କ ୩:୬-୧୯ ଏବଂ ଲୂକ ୬:୧୩-୧୬ରେ ମଧ୍ୟ ବାର ଶିଷ୍ୟ / ପ୍ରେରିତମାନଙ୍କ ତାଲିକା ରହିଛି । ଏହି ସମସ୍ତ ଶାସ୍ତ୍ରାଂଶକୁ ତୁଳନା କଲେ ଦେଖାଯାଏ ଯେ, ସେଗୁଡିକ ମଧ୍ୟରେ ନାମରେ ସାମାନ୍ୟ ଭିନ୍ନତା ରହିଛି । ଜଣାଯାଏ ଯେ, ଥଦ୍ଦୀୟ "ଯାକୁବଙ୍କ ପୁତ୍ର ଯିହୂଦା" ଭାବରେ ମଧ୍ୟ (ଲୂକ ୬:୧୬) ଏବଂ କରଗ୍ରାହୀ ମାଥିଉ (ମାଥିଉ ୧୦:୩) ଭାବରେ ଜଣାଥିଲେ । ଉଦଯୋଗୀ ଶିମୋନ କିଣାନୀୟ ଶିମୋନ ଭାବରେ ମଧ୍ୟ ଜଣାଯାଉଥିଲେ (ମାର୍କ ୩:୧୮) । ଈଷ୍କରିୟୋତୀୟ ଯିହୂଦା ଯିଏ କି ଯୀଶୁଙ୍କୁ ଶତ୍ର ହସ୍ତରେ ସମର୍ପଣ କରିଥିଲା, ତାଙ୍କ ସ୍ଥାନକୁ ମତ୍ଥିୟ ନେଇଥିଲେ (ପ୍ରେରିତ ୧:୨୦-୨୬) । କେତେକ ବାଇବଲ ଶିକ୍ଷକ ମତ୍ଥିୟଙ୍କୁ ଏକ "ଅବୈଧ" ଶିଷ୍ୟ ଭାବରେ ଦେଖନ୍ତି ଏବଂ ସେମାନେ ବିଶ୍ବାସ କରନ୍ତି ଯେ ଯିହୂଦାଙ୍କ ସ୍ଥାନ ନେବା ପାଇଁ ପାଉଲ ଈଶ୍ବରଙ୍କର ପସନ୍ଦ ଥିଲେ ।

ବାରଜଣ ଶିଷ୍ୟ / ପ୍ରେରିତ ସାଧାରଣ ଲୋକମାନେ ଥିଲେ ଯେଉଁମାନଙ୍କୁ ଈଶ୍ବର ଏକ ଅସାଧାରଣ ଭାବରେ ବ୍ୟବହାର କଲେ । ସେହି ବାର ଜଣଙ୍କ ମଧ୍ୟରୁ କେତେକ ମତ୍ସଜୀବି, ଜଣେ କରଗ୍ରାହୀ ଓ ଜଣେ ବିପ୍ଳବୀ ଥିଲେ । ସୁସମାଚାର ପୁସ୍ତକ ଗୁଡିକ ଲିପିବଦ୍ଧ କରନ୍ତି ଯେ ଯୀଶୁଙ୍କ ଅନୁଗମନ କରୁଥିବା ଏହି ବାରଜଣଙ୍କର ଅବିରତ ବିଫଳତା, ସଂଘର୍ଷ ଏବଂ ସନ୍ଦେହ ଲାଗିରହୁଥିଲା । ଯୀଶୁଙ୍କ ପୁନରୁତ୍ଥାନ ଏବଂ ସ୍ବର୍ଗାରୋହଣ ପରେ, ପବିତ୍ରଆତ୍ମା ଶିଷ୍ୟମାନଙ୍କୁ / ପ୍ରେରିତମାନଙ୍କୁ ଈଶ୍ବରଙ୍କର ଏପରି ବ୍ୟକ୍ତି ଭାବରେ ପରିବର୍ତ୍ତିତ କଲେ ଯେ ସେମାନେ ଜଗତକୁ ଓଲଟପାଲଟ କରିଦେଇଥିଲେ (ପ୍ରେରିତ ୧୭:୬) । ସେହି ପରିବର୍ତ୍ତନ କ'ଣ ଥିଲା? ସେହି ବାରଶିଷ୍ୟ/ପ୍ରେରିତମାନେ "ଯୀଶୁଙ୍କ ସହିତ ରହିଥିଲେ" (ପ୍ରେରିତ ୪:୧୩) । ହୁଏତ, ସେହି ଏକା କଥା ଆମ୍ଭମାନଙ୍କ ବିଷୟରେ ମଧ୍ୟ କୁହାଯାଇପାରିବ!

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

କିଏ ଯୀଶୁ ଖ୍ରୀଷ୍ଟଙ୍କ ବାର(୧୨) ଶିଷ୍ୟ / ପ୍ରେରିତ ଥିଲେ?
© Copyright Got Questions Ministries